
ଅର୍ଗସ ବ୍ୟୁରୋ : କରାଚୀ ସହରରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ସକାଳ 9ଟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ତେବେ ଏହି ପ୍ରାନଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ନିହତ ହୋଇଛନ୍ତି। 4 ଜଣ ଆତଙ୍କବାଦୀ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଏହି ଆକ୍ରମଣ ପରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଦାର କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ କହିବାନୁଯାୟୀ, ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲ୍ଡିଂରେ 2 ଜଣ ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରୁ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ହ୍ୟାଣ୍ଡ ଗ୍ରେନେଡ ଫୋପାଡିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। କିଛି ଲୋକ ଏବେ ସୁଦ୍ଧା ସେହି ବିଲ୍ଡିଂରେ ଫସି ରହିଛନ୍ତି। ତେବେ ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
