ଘର
ବିଦେଶ
ରିଓ ଡି ଜେନେରିଓରେ ୧୯ ତମ G20 ସମିଟ ଆରମ୍ଭ
ରିଓ ଡି ଜେନେରିଓରେ ୧୯ ତମ G20 ସମିଟ ଆରମ୍ଭ
by Swayangprajna Mishra
ଅର୍ଗସ ବ୍ୟୁରୋ : ବ୍ରାଜିଲ ରାଜଧାନୀ ରିଓରେ ଆରମ୍ଭ ହୋଇଥିବା 19 ତମ G20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସାମିଲ ହୋଇଛନ୍ତି G20 ସଦସ୍ୟଭୂକ୍ତ ରାଷ୍ଟ୍ରନେତା । ମୋଦିଙ୍କ ପ୍ରୟାସରେ ପ୍ରଥମ ଥର ପାଇଁ ଆଫ୍ରିକାନ ୟୁନିଅନ ମଧ୍ୟ G20 ବୈଠକରେ ସାମିଲ ହୋଇଛି । G-20କୁ ସାଧାରଣ ଜନତାଙ୍କ ସହ ଯୋଡ଼ିବା ସହ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା ଭାରତ । ବ୍ରାଜିଲ ମଧ୍ୟ ଭାରତରୁ ପ୍ରେରଣା ନେବା ସହ ଏହି ପରମ୍ପରାକୁ ଆଗକୁ ନେଇଛି । ଏଥର ବୈଠକରେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପ୍ରସଙ୍ଗକୁ ନେଇ ମନ୍ଥନ ଜାରି ରହିଛି ।
ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ବ୍ରାଜିଲ ଗସ୍ତ କାର୍ଯ୍ୟକ୍ରମ
ବୈଠକରେ ପ୍ରଧାନମନ୍ତ୍ରୀ ମୋଦି G20 ସଦସ୍ୟଭୂକ୍ତ ରାଷ୍ଟ୍ରନେତା ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଯାଉଛନ୍ତି । ପିଏମ ମୋଦି ୟୁଏନ ସେକ୍ରାଟୀରୀ ଜେନେରାଲ ଆଣ୍ଟେନିଓ ଗୁଟେରସ, ବ୍ରାଜିଲ ରାଷ୍ଟ୍ରପତି, ସିଙ୍ଗାପୁର ପିଏମ ଲୟରେନ୍ସ ୱଙ୍ଗଙ୍କୁ ଭେଟିଛନ୍ତି । ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରି ଅଭିଭୂତ କରଛନ୍ତି ପ୍ରବାସୀ ଭାରତୀୟ ।