ଅଧିକ ପଢ଼ନ୍ତୁ: ଦେଶର ଏଭଳି ସ୍ଥିତି ପାଇଁ ଇମରାନ ଖାନଙ୍କୁ ଦାୟୀ କଲେ ଶେହବାଜ ସରିଫ
ଏହି ସର୍ଭେରେ ଆହୁରି ଅନେକ ରହସ୍ୟୋଦଘାଟନ ହୋଇଛି। ଏହି ସର୍ଭେର ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ହସପିଟାଲରେ କାମ କରୁଥିବା 70 ପ୍ରତିଶତରୁ ଅଧିକ ସର୍ଜନ ତାଙ୍କ ଚାକିରୀ କାଳରେ କେବେ ନା କେବେ ଭେଦଭାବର ଶୀକାର ହୋଇଛନ୍ତି । ମହିଳା ଡାକ୍ତର ହୋଇଥିବା କାରଣରୁ ସେମାନଙ୍କ ସହ ଭେଦଭାବ କରାଯାଇଛି । ଏହି ସର୍ଭେର ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ମେଡିକାଲ ପାଠ ପଢୁଥିବା 10 ଜଣ ଛାତ୍ରୀ ମାନଙ୍କ ମଧ୍ୟରୁ 6 ଜଣଙ୍କୁ ଏହି ପ୍ରଫେସନରେ କାମ ମିଳିନଥାଏ।
ଆହୁରି ପଢ଼ନ୍ତୁ: ପାକିସ୍ତାନକୁ ଆଉ ମିଳୁନି କଞ୍ଚାମାଲ
ପାକିସ୍ତାନରେ ପୁରୁଷମାନେ ମହିଳା ଡାକ୍ତର ମାନଙ୍କ ଠାରେ ଚିକିତ୍ସା କରାଇ ନ ଥାନ୍ତି । କରାଚୀର ଆଗା ଖାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ହସପିଟାଲ ପାକିସ୍ତାନରେ ମହିଳା ଡାକ୍ତର ମାନଙ୍କର ସ୍ଥିତି ସମ୍ପର୍କରେ ଏକ ଅଧ୍ୟୟନ କରାଯାଇଥିଲା । ଏହି ସର୍ଭେରେ ସାରା ଦେଶର ମହିଳା ଡାକ୍ତର ମାନଙ୍କର ତଥ୍ୟ ସଂଗ୍ରହ କରାଯାଇଥିଲା ।ଏହି ସର୍ଭେର ରିପୋର୍ଟରେ କୁହାଯାଇଛି ଯେ 70 ପ୍ରତିଶତରୁ ଅଧିକ ସର୍ଜନ ତାଙ୍କ ଚାକିରୀ କାଳରେ କେବେ ନା କେବେ ଭେଦଭାବର ଶୀକାର ହୋଇଛନ୍ତି ।
ମହିଳା ଡାକ୍ତର ହୋଇଥିବା କାରଣରୁ ସେମାନଙ୍କ ସହ ହସପିଟାଲରେ ହିଁ ଭେଦଭାବ କରାଯାଇଛି । ଏହି କାରଣରୁ ଅନେକ ମହିଳା ଡାକ୍ତର ହସପିଟାଲରେ କାମ କରିବା ଛାଡି ଦେଇଥିବା ସର୍ଭେରୁ ଜଣା ପଡିଛି । ପାକିସ୍ତାନରେ ମହିଳା ଡାକ୍ତର ମାନଙ୍କର ଡାକ୍ତରଖାନାରେ କାମ କରିବା ଏତେ କଷ୍ଟକର ହୋଇଯାଇଥିଲା ଯେ ଅଧାରୁ ଅଧିକ ମହିଳା ଡାକ୍ତର ପ୍ରାକ୍ଟିସ କରିବା ଛାଡି ଦେଇଥାନ୍ତି ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୃହିଣୀ ଭାବେ କାମ କରିଥାନ୍ତି କିମ୍ବା ଅନ୍ୟ କୌଣସି କାମ କରିଥାନ୍ତି । ମେଡିକାଲ ପଢିଥିବା 10 ଜଣ ମହିଳାଙ୍କ ମଧ୍ୟରୁ 6 ଜଣ ପରବର୍ତୀ ସମୟରେ ଡାକ୍ତରୀ ପ୍ରଫେସନ ଛାଡି ଦେଇଥାନ୍ତି । ଲେବର ଫୋର୍ସର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରେ କେବଳ 18 ପ୍ରତିଶତ ମହିଳା ମେଡିକାଲ ପ୍ରଫେସନରେ ଚାକିରୀ ମିଳିଥାଏ।