ସାର୍ବଜନୀନ ଭାବେ ଚୀନର କୋଭିଡ ନୀତିର ସମାଲୋଚନା କରାଯିବା କାରଣରୁ ଏହାକୁ ଚାପି ଦେବାକୁ ଚୀନର କମ୍ୟୁନିଷ୍ଟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛି । ଏହି କ୍ରମରେ ଚୀନ ସରକାର କୋଭିଡ ନୀତିକୁ ସମାଲୋଚନା କରୁଥିବା ଏକ ହଜାରରୁ ଅଧିକ ସୋସିଆଲ ମିଡିଆ ଆକାଉଣ୍ଟକୁ ସସପେଣ୍ଡ କରି ଦେଇଛନ୍ତି ।
ଚୀନର ସିନୋ ବିବୋ ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୀନର ମୋଟ 1120 ଆକାଉଣ୍ଟକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ରୁପେ ବନ୍ଦ କରି ଦିଆଯାଇଛି ।
ଚୀନର କମ୍ୟୁନିଷ୍ଟ ସରକାର କରୋନାକୁ ନିୟନ୍ତ୍ରିତ କରିବାକୁ ଲକଡାଉନ, କ୍ୱାରେଣ୍ଟାଇନ ଆଦି ଉପାୟ ସହିତ ସାମୁହିକ ପରୀକ୍ଷଣ ଆଦି ଅନେକ ପଦକ୍ଷେପ ଉଠାଇଥିଲେ । ହେଲେ ପ୍ରବଳ ବିରୋଧ କାରଣରୁ ଗତ ମାସ ଚୀନ ସରକାର ଏହି କଟକଣାକୁ ହଟାଇ ନେଇଥିଲେ । ଏହା ପରେ ବିପୁଳ ମାତ୍ରାରେ ନୂଆ ସଂକ୍ରମଣର ମାମଲା ସାମନାକୁ ଆସୁଛି । ଚୀନରେ କମ୍ୟୁନିଷ୍ଟ ପାର୍ଟିର ଶାସନ ଥିବା କାରଣରୁ ସେଠାରେ ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ ସମାଲୋଚନା କରିବାର ଅନୁମତି ନାହିଁ ।
ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ ସିନୋ ବିବୋ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ସମସ୍ତ ପ୍ରକାର ବେଆଇନ କଣ୍ଟେଣ୍ଟର ଯାଞ୍ଚ କରିବାର କାର୍ଯ୍ୟ ଜାରି ରଖିବ ।
ଚୀନରେ ଲୋକ ମାନେ ସୋସିଆଲ ମିଡିଆରେ ନିଜ ଘରେ ଅନେକ ଦିନ ଧରି ବନ୍ଦୀ ଭଳି ଜୀବନ ଯାପନ କରିବା, ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ପଦାର୍ଥ ନ ମିଳିବା, ମେଡିକାଲ କେୟାର ନ ମିଳିବା ଭଳି ଘଟଣା ମାନ ସାମନାକୁ ଆସିବା ଦ୍ୱାରା ସେମାନେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ସହ ଘଟିଥିବା କଥା ଗୁଡିକୁ ଉଲ୍ଲେଖ କରୁଛନ୍ତି । ଲୋକ ମାନେ ସେମାନଙ୍କର ଅସନ୍ତୋଷ ସୋସିଆଲ ମିଡିଆରେ ଦେଖାଉଛନ୍ତି ।
ଚୀନ ସରକାର ପ୍ରତିଦିନ କରୋନା ସଂକ୍ରମିତ ଲୋକ ମାନଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଜାରି କରିଥାଏ । ହେଲେ ସରକାରୀ ଭାବେ ଜାରୀ କରାଯାଉଥିବା ତଥ୍ୟ ଖୁବ କମ ବୋଲି କୁହାଯାଉଛି ।
ଅନ୍ୟ ପକ୍ଷରେ ଆମେରିକା ପକ୍ଷରୁ କୁହାଯାଇଛି ଯେ କରୋନାରେ ବର୍ତ୍ତମାନ ସୁଦ୍ଧା ଦଶ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି । ସେହିପରି ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ମିଳିତ ଜାତି ସଂଘ ମଧ୍ୟ ଚୀନ ଦ୍ୱାରା ଜାରୀ କରଯାଇଥିବା ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରାଯାଇଛି ।
ବିଦେଶ ଖବର ଆହୁରି ପଢନ୍ତୁ