ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ଅର୍ଗସ ବ୍ୟୁରୋ: ପ୍ରଥମ ଥର ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ନାସା ପକ୍ଷରୁ ଜାରି କରାଯାଇଛି ଏହାର ଅଡିଓ । ମଙ୍ଗଳ ଅଭିଯାନରେ ଏହା ନାସା ପାଇଁ ଏକ ବଡ଼ ସଫଳତା କୁହାଯାଉଛି । ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା।
ମଙ୍ଗଳରେ ନାସା ଦ୍ୱାରା ପଠାଯାଇଥିବା ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦକୁ ସଂଗ୍ରହ କରିଛି ନାସା। ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନୀନ କରିଛି। ନାସା ପକ୍ଷରୁ ରିଲିଜ ହୋଇଥିବା ଭିଡିଓରେ ରୋଭର ଅବତରଣ କରୁଥିବା ବେଳର ସ୍ୱର ରହିଛି । ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର 20 ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି ।
ନାସା ଇଞ୍ଜିନିୟର୍ମାନେ ୬୦ ସେକେଣ୍ଡ୍ ରେକର୍ଡିଂ ବଜାଇଲେ। ପର୍ସେଭେରାନ୍ସ ଉପରେ କ୍ୟାମେରା ଏବଂ ମାଇକ୍ରୋଫୋନ୍ ସିଷ୍ଟମର ଲିଡ୍ ଇଞ୍ଜିନିୟର ଡେଭ୍ ଗ୍ରୁଏଲ୍ କହିଛନ୍ତି ଯେ ଆପଣ ସେଠାରେ ୧୦ ସେକେଣ୍ଡରେ ଯାହା ଶୁଣୁଛନ୍ତି ତାହା ମଙ୍ଗଳ ଗ୍ରହର ଏକ ପ୍ରକୃତ ପବନର ଶବ୍ଦ।