ରନ୍ଓ୍ୱେରେ ବିମାନ ଦୁର୍ଘଟଣା । 3 ମୃତ 157 ଜଣ ଯାତ୍ରୀ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍ୱେରେ । ବୁଧବାର ଇସ୍ତାନବୁଲ ଏୟାରପୋର୍ଟ ରନ୍ୱେରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୭୭ ଜଣ ଯାତ୍ରୀ ବସିଥିବା ବେଳେ ସେଥିମଧ୍ୟରୁ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 157 ଜଣ ଆହତ ହୋଇଛନ୍ତି ।

ଖାଲି ସେତିକି ନୁହେଁ ଏଥିରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି । ବିମାନଟି ଅବତରଣ କରିବା ସମୟରେ ଭାରସାମ୍ୟ ହରାଇ ରନ୍ୱେ ବାହାରକୁ ଚାଲିଯାଇଥିଲା । ଏହା ପରେ ଉଚ୍ଚ ଯାଗାରୁ ତଳକୁ ଖସି ବିମାନଟି ୩ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି । ତେବେ ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ପେଗାସସ୍ ଏୟାରଲାଇନ୍ସର ଏହି ବୋଇଂ ୭୩୭ ବିମାନ ଦୁର୍ଘଟଣା ପରେ ସେଥିରେ ନିଆଁ ଲାଗିଯାଇଛି । ପାଣିପାଗ ଖରାପ ଯୋଗୁଁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି ।

