ଭାରତୀୟ ଆମେରିକୀୟମାନେ ମୁଖ୍ୟତଃ ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ଣ୍ଣିଆ ଏବଂ ଟେକ୍ସାସ ଭଳି ରାଜ୍ୟରେ ବାସ କରନ୍ତି। ଯେଉଁଠି ଭାରତୀୟଙ୍କ ସଂଖ୍ୟା ଅଧିକ। ହେଲେ, ଜର୍ଜିଆ, ପେନସିଲଭାନିଆ ଏବଂ ମିସିଗାନ ଭଳି ରାଜ୍ୟରେ ରହୁଥିବା ଭାରତୀୟଙ୍କ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।
ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ସାଧାରଣତଃ ଆମେରିକାରେ ରହୁଥିବା ଭାରତୀୟମାନେ ଡେମୋକ୍ରାଟମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ତେବେ ଏଥର କ'ଣ ହେବ ତାହା ସମୟ କହିବ। ଏପଟେ ପୂର୍ବ ନିର୍ବାଚନ ପରି ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନମାନେ ଭାରତୀୟଙ୍କ ହାତେଇବା ଯୋଜନାରେ ଅଛନ୍ତି।
ସୂଚନାଯୋଗ୍ୟ, ଏହି ନିର୍ବାଚନରେ ସମୁଦାୟ ଜନସଂଖ୍ୟାର ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ ଭାରତୀୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନଙ୍କର ବୃଦ୍ଧି ପାଉଥିବା ଥିବା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ଗୁରୁତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିବ।
ବିଦେଶ ଖବର ପଢନ୍ତୁ