ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ତେଣୁ ସରକାରଙ୍କ ସହିତ ହୋଇଥିବା ଯୁଦ୍ଧ ବିରତିର ଅନ୍ତ ଘଟାଇବା ସହ ସଙ୍ଗଠନ ଏହାର ଯୋଦ୍ଧାମାନଙ୍କୁ ଦେଶବ୍ୟାପୀ ଆକ୍ରମଣ କରିବା ଲାଗି ନିର୍ଦ୍ଦେଶ ଦେଉଛି । ଟିଟିପି ହେଉଛି ଆଫଗାନିସ୍ତାନ ତାଲିବାନର ଏକ ବିଭାଜିତ ଗୋଷ୍ଠୀ । ଏହା ଇସଲାମିକ ଆଇନ ଉପରେ ବିଶ୍ୱାସ କରେ ।
2007ରେ ଏହି ସଙ୍ଗଠନ ପାକିସ୍ତାନରେ ଆତ୍ମପ୍ରକାଶ କରିଥିଲା । ସେବେଠାରୁ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଓ ବୋମା ବିସ୍ଫୋରଣ ଘଟାଇ ଚାଲିଛି । ଏଥି ସହିତ ଆଫଗାନିସ୍ତାନ ସୀମାନ୍ତକୁ ଲାଗିଥିବା ବିଶାଳ ଅଞ୍ଚଳ ଉପରେ ଏହି ସଙ୍ଗଠନର ନିୟନ୍ତ୍ରଣ ରହିଛି । ସେଠାରେ ଟିଟିପି ନିଜର କଠୋର ଶାସନ ଚଳାଇଥିବା କୁହାଯାଉଛି । ପାକିସ୍ତାନୀ ସେନା ମଧ୍ୟ ସେହି ଅଞ୍ଚଳରେ ଅନେକ ସମୟରେ ସାମରିକ କାର୍ଯ୍ୟାନୁଷ୍ଠାନ କରୁଛି।