କେବଳ ସେତିକି ନୁହେଁ, ଘରଭଡା ମଧ୍ୟ ବଢ଼ି ଚାଲିଛି। ଗତବର୍ଷ ସେ ଘରଭଡା ବାବଦ ୪,୫୦୦ ଲୀରା ଦେଉଥିଲେ। ଏବେ ତୁର୍କୀରେ ଘରଭଡା ୩୦,୦୦୦ ଲୀରାରେ ପହଞ୍ଚିଥିବା ଜଣାପଡିଛି। ରାସ୍ତାରେ ୬୦୦ % ଦରବୃଦ୍ଧି ଅନୁଭବ ହେଉଛି। କିନ୍ତୁ ଦରମା ସ୍ଥିର ରହିଛି। ଏବେ ଦେଶରେ ଅତି ଧନୀ କିମ୍ୱା ଅତି ଗରିବ ଅଛନ୍ତି। ମଧ୍ୟବିତ୍ତ ନାହାନ୍ତି। ସରକାରୀ ସହାୟତା ପରେ ବି ଦରବୃଦ୍ଧିର ସାମନା କରିବା ମୁସ୍କିଲ ପାଲଟିଛି। ଏଠାରେ ଭବିଷ୍ୟତ ଅନ୍ଧକାର ବୋଲି ସେଠାକାର ଲୋକେ ପ୍ରକାଶ କରୁଛନ୍ତି। କେମିତି ରହିବେ କଣ ହେବ ଭବିଷ୍ୟତ ତାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ