ଦୁର୍ନୀତି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ କାଦୀର ଦଳ, ଫିରଦୋସଙ୍କ ପାର୍ଟି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ କ୍ଲିପ୍ରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ନେତା ଡକ୍ଟର ଫିରଦୋସ ବିରୋଧୀଦଳର ନେତା ମାଣ୍ଡୋଖେଲଙ୍କୁ କିଛି ସମୟ ପରେ ତାଙ୍କ ଗାଲରେ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି। ସେଠାରେ ଷ୍ଟୁଡିଓରେ ଉପସ୍ଥିତ ଥିବା ଲୋକମାନେ ଉଭୟଙ୍କୁ ଧରି ଅଲଗା କରି ଦେଇଥିଲେ। ଜାଭେଦ ଚୌଧୁରୀଙ୍କ ସୋ ରେକର୍ଡିଂ ସମୟରେ ଏହି ଘଟଣା ଘଟିଛି।

ଅର୍ଗସ ବ୍ୟୁରୋ : ଲାଇଭ ସୋ’ରେ ଲାଇଭ ଚଟକଣି। ଆଉ ଏହି ଚଟକଣି ମାରିଲେ ଜଣେ ନେତ୍ରୀ। ଯାହା ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି। ପାକିସ୍ତାନର ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ ଲାଇଭ ଡିବେଟ ଚାଲିଥିବା ବେଳେ ଏହି ଚିତ୍ର ଦେଖିବାକୁ ମିଳିଛି। ରାଜନୈତିକ ପ୍ରସଙ୍ଗ ଉପରେ ବିତର୍କ ଚାଲିଥିଲା। ଏଥିରେ ଶାସକ ତଥା ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ। ବିତର୍କ ସମୟରେ ସେଠାରେ ଉପସ୍ଥିତ ଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟକ (ସୂଚନା) ଡକ୍ଟର ଫିରଦୋସ୍ ଆଶିକ୍ ଆୱାନ୍ ବିରୋଧୀ ପିପିପି ଏମ୍ଏନ୍ଏ ସାଂସଦ କାଦିର ମାଣ୍ଡୋଖେଲଙ୍କ ସହ ଯୁକ୍ତିତର୍କ କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଅଧିକ ହେଲା ଯେ ଡକ୍ଟର ଫିରଦୋସ୍ କେବଳ କାଦିରଙ୍କୁ ଦୁର୍ବ୍ୟବହାର କରିନଥିଲେ ବରଂ ତାଙ୍କୁ ଚାପୁଡ଼ା ମାରିଥିଲେ। ଖୁବ୍ ଶୀଘ୍ର ଏହି ଭିଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
