କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଭାରତୀୟମାନେ ଏକ ଦାବି ଆରମ୍ଭ କରି ଦେଲେଣି।ବ୍ରିଟେନରୁ କୋହିନୂର ହୀରା ଫେରାଇ ଆଣିବା ପାଇଁ ଭାରତୀୟ ଦାବି କରିଛନ୍ତି।ଜଣେ ୟୁଜର୍ସ ଲେଖିଛନ୍ତି ରାଣୀ ଔପନିବେଶବାଦରେ ସକ୍ରିୟ ଭାଗିଦାରୀ ଥିଲେ। ଏବେ ରାଣୀ ଏଲିଜାବେଥଙ୍କ ନିଧନ ଘଟି ସାରିଛି। ତେଣୁ ଏବେ କୋହିନୂରକୁ ଭାରତ ଫେରାଇ ଆଣିବା ଉଚିତ୍। ଏମିତି ଆହୁରି ଅନେକ ୟୁଜର୍ସ ସେହି ସମାନ ଦାବିକୁ ଦୋହରାଇଛନ୍ତି।
୧୦୫.୬ କ୍ୟାରେଟ୍ର ଏହି ହୀରା ବ୍ରିଟିଶ ସମ୍ରାଟଙ୍କ କ୍ରାଉନରେ ୧୯୩୭ରୁ ଲାଗିଛି। ମୃତ୍ୟୁ ପର୍ଯ୍ୟନ୍ତ ରାଣୀ ଏଲିଜାବେଥ ଏହି କ୍ରାଉନକୁ ପିନ୍ଧି ଚାଲିଥିଲେ। ଆଉ ଏବେ କୋହିନୂର ସଜ୍ଜିତ ଏହି କ୍ରାଉନଙ୍କୁ କୁଇନ କାମିଲାଙ୍କୁ ହସ୍ତାନ୍ତର କରାଯିବ। ଉଲ୍ଲେଖନୀୟ, କୋହିନୂର ହୀରାର ସନ୍ଧାନ୧୪ମ ଶତାବ୍ଦୀରେ ଭାରତର ଗୋଲକୁଣ୍ଡାର ଖଣିରୁ ମିଳିଥିଲା। ଭିନ୍ନ ଭିନ୍ନ ଶତାବ୍ଦୀରେ ଏହା ବିଭିନ୍ନ ରାଜାଙ୍କ ହାତରେ ରହିଥିଲା। ଭାରତ ସରକାର ମଧ୍ୟ ଅନେକ ସମୟରେ କୋହିନୂର ହୀରା ଫେରାଇବାକୁ ଦାବି ରଖି ଆସିଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।