ଏକ ବ୍ରିଟିଶ ଦମ୍ପତି ଏହି ନାଁ ରଖିଛନ୍ତି। କାରଣ ସେମାନେ ଭାରତର ଏହି ପାରମ୍ପରିକ ଖାଦ୍ୟକୁ ବେଶ୍ ଭଲ ପାଆନ୍ତି। ସେଇଥିପାଇଁ ଏମିତି ନାଁ ରଖିଛନ୍ତି। କଥାଟା ହାସ୍ୟାସ୍ପଦ ହୋଇଥିବାରୁ କେହି କେହି ପରାମର୍ଶ ଦେଇଛନ୍ତି, ଆଗାମୀ ଶିଶୁର ନାମ ଆପଣ ସିଙ୍ଗଡା ରଖନ୍ତୁ ଭଲ ଲାଗିବ।
ଆୟାରଲ୍ୟାଣ୍ଡର ଏହି ଦମ୍ପତ୍ତି ତାଙ୍କ ପିଲାର ନାମ ପକୋଡା ବା ଓଡିଆରେ ଯାହାକୁ ଆମେ ପକୁଡି ବୋଲି କହିଥାଉ ରଖିଛନ୍ତି । ବ୍ରିଟେନର କ୍ୟାପ୍ଟେନ ଟେବୁଲ୍ସ ନାମକ ଏକ ରେଷ୍ଟୁରାଂଟ ସୋସିଆଲ ମିଡିଆରେ ଏହି ଦଂପତ୍ତି ତାଙ୍କ ଶିଶୁର ନାମ ପକୋଡା ରଖିଥିବା ନେଇ ସୂଚନା ଦେଇଛି । ଦମ୍ପତି ଉକ୍ତ ରେଷ୍ଟୁରାଂଟକୁ ଖାଇବାକୁ ଆସିଥିଲା । ସେମାନେ ପକୁଡି ଖାଇବାକୁ ଅର୍ଡର କରିଥିଲେ । ସେମାନଙ୍କୁ ପକୋଡା ବା ପକୁଡି ଏତେ ପସନ୍ଦ ଆସିଲା ଯେ ସେମାନେ ନିଜର ନବଜାତ ଶିଶୁର ନାମ ପକୋଡା ରଖି ଦେଲେ ।
ଉକ୍ତ ରେଷ୍ଟୁରାଂଟ ଦ୍ୱାରା ଶିଶୁର ନାମ ପକୋଡା ରଖାଯିବା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେବା ପରେ ସୋସିଆଲ ମିଡିଆରେ ଅନେକ ମଜଦାର ରିଆକ୍ସନ ଆସୁଛି । ସୋସିଆଲ ମିଡିଆରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଉଛନ୍ତି ।
ଜଣେ ମହିଳା ଲେଖିଛନ୍ତି ଯେ ସେ ଗର୍ଭବତୀ ଥିବା ବେଳେ କଦଳୀ ଓ ତରବୁଜ ଖୁବ ଖାଉଥିଲି । ଏହା ମୋତେ ଖୁବ ଭଲ ଲାଗୁଥିଲା । ଥ୍ୟାଙ୍କ ଗଡ ମୁଁ ମୋର ଶିଶୁର ନାମ କଦଳୀ କିମ୍ବା ତରଭୁଜ ରଖିନାହିଁ।
ରେଷ୍ଟୁରାଂଟ ଦ୍ୱାରା ଉକ୍ତ ଶିଶୁର ଫଟୋ ସହିତ ଅର୍ଡରର ବିଲ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ଲେଖା ଯାଇଛି ୱେଲକମ ଟୁ ଦି ୱାର୍ଲ୍ଡ ଅଫ ପକୋଡା । ଲୋକମାନେ ଏହା ସମ୍ପର୍କରେ ସୋସିଆଲ ମିଡିଆରେ ଖୁବ ଚର୍ଚା କରୁଥିବା ଦେଖିବାକୁ ମିଳୁଛି । ଅନେକ ଲୋକ ଏହାକୁ ଶେୟାର ମଧ୍ୟ କରୁଛନ୍ତି । ଏହି ଟ୍ୱିଟକୁ ବର୍ତମାନ ସୁଦ୍ଧା ୨୬ ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି । ୧୫ ଶହରୁ ଅଧିକ ଟ୍ୱିଟ ହୋଇ ସାରିଲାଣି ।
ବିଦେଶ ଖବର ଆହୁରି ପଢନ୍ତୁ ।