କ୍ରେମଲିନର କହିବାନୁସାରେ, ଏବେ ସୁଦ୍ଧା ୪୯୮ ସୈନ୍ୟ ପ୍ରାଣ ହରାଇଛନ୍ତି । ୧୬୦୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଇଂରାଜୀ ୱେବସାଇଟ୍ ଆରଟି ଅନୁସାରେ, ରୁଷ୍ କହିଛି ୟୁକ୍ରେନର ପ୍ରାୟ ୨୮୭୦ ଅର୍ଦ୍ଧସୈନିକ ଯବାନ ଟଳିଛନ୍ତି । ୩୭୦୦ ଜଣ ଗୁରୁତର ହୋଇଛନ୍ତି । ସେମାନେ ୟୁକ୍ରେନର ୫୭୨ ସୈନ୍ୟଙ୍କୁ ବନ୍ଧକ ରଖିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ସୋମବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଥିଲେ ଯେ, ସେମାନେ ରୁଷ୍ ର ୪୫୦୦ ସୈନ୍ୟଙ୍କୁ ନିପାତ କରିଛନ୍ତି । ସେହିପରି ୟୁକ୍ରେନର ୧୦୨ ସାଧାରଣ ନାଗରିକ ପ୍ରାଣ ହରାଇଥିବା ସଂଯୁକ୍ତ ରାଷ୍ଟ୍ର କହିଥିଲା । ଏଥିରେ ଶିଶୁ ଓ ମହିଳା ବି ରହିଥିଲେ । ବାସ୍ତବିକ ସଂଖ୍ୟା ଅଧିକ ହୋଇପାରେ ବୋଲି ୟୁଏନ କହିଥିଲା ।