ତମାମ ସମ୍ଭାବନା ଭିତରେ ଆସିଥିବା ତାଜା ଖବର ଋଷ ୟୁକ୍ରେନ୍ ଯୁଦ୍ଧକୁ ନେଇ ଚର୍ଚ୍ଚାକୁ ଅଧିକ ବଳ ଦେଇଛି। ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ଫୋନ୍ କରିଥିଲେ । ସେହି ସମୟରେ ଏଲନ୍ ମସ୍କ ବି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଥିଲେ। ଟ୍ରମ୍ପ୍ ଫୋନ୍ ସ୍କିକରରେ ରଖିଥିଲେ। ଟ୍ରମ୍ପ୍ ଓ ମସ୍କ ଦୁହେଁ ଜେନେଲସ୍କିଙ୍କ ସହ କଥା ହେଲେ। ଏହି ଆଲୋଚନା ପ୍ରାୟ 7 ମିନିଟ ଯାଏଁ ହେଲା। ଜେଲେନସ୍କି ଋଷ ସହ ଯୁଦ୍ଧରେ ୟୁକ୍ରେନକୁ ଷ୍ଟାର୍ ଲିଙ୍କ ମାଧ୍ୟମରେ କମ୍ୟୁନିକେସନ୍ ପ୍ରଦାନ କରିବାର ସାହାଯ୍ୟ ପାଇଁ ମସ୍କଙ୍କୁ ଧନ୍ୟବାଦ ଦେଲେ।
ଦାବି କରାଯାଉଛି ଯେ ପ୍ରାୟ 7 ମିନିଟ ଧରି ଚାଲିଥିବା କଥାବାର୍ତ୍ତା ସମୟରେ କୌଣସି ନୀତି ଉପରେ ନୁହେଁ ଆଲୋଚନା ହେଲା ନାହିଁ, କିନ୍ତୁ ଯେମିତି ଭାବେ ଟ୍ରମ୍ପ ଜେଲେନସ୍କିଙ୍କ ସହ କଥାବାର୍ତ୍ତାରେ ମସ୍କଙ୍କୁ ସାମିଲ କଲେ ତାହା ଭବିଷ୍ୟତର ସମ୍ଭାବନାର ସ୍ପଷ୍ଟ ସଙ୍କେତ। ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରୁଥିଲେ। ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠତାକୁ ବହୁ କଥା ବି ଉଠିଲା। ଆଉ ନିର୍ବାଚନ ବିଜୟ ପରେ ଏଲନ ମସ୍କଙ୍କ ସହ ଟ୍ରମ୍ପଙ୍କ ଘନିଷ୍ଠତାର ଝଲକ ତାଙ୍କ ସମ୍ବୋଧନରେ ବି ସ୍ପଷ୍ଟ ଦେଖାଗଲା।
କିନ୍ତୁ ଏହି ହଲଚଲ ଭିତରେ ଏମିତି ପ୍ରଶ୍ନ ବି ଉଠୁଛି, ଯେଉଁ ଯୁଦ୍ଧ ଗତ ଅଢ଼େଇ ବର୍ଷ ହେଲା ସାରା ବିଶ୍ବର ନିଦ ହଜାଇ ଦେଇଛି ତାକୁ ଟ୍ରମ୍ପ୍ ଆମେରିକାର 47 ତମ ରାଷ୍ଟ୍ରପତି ହେବା ପୂର୍ବରୁ ହିଁ ଶେଷ କରିବାକୁ ଚାହୁଁଛନ୍ତି, ହେଲେ କେମିତି । ଋଷ ବିରୋଧରେ ଯୁଦ୍ଧରେ ୟୁକ୍ରେନ୍ ବିଦେଶୀ ସାମରିକ ସହାୟତା ଉପରେ ନିର୍ଭରଶୀଳ। ଖାସ୍ କରି ଆମେରିକା ଉପରେ। ଟ୍ରମ୍ପ ଋଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ମିଳୁଥିବା ଆମେରିକୀୟ ସାମରିକ ଓ ଆର୍ଥିକ ସାହାଯ୍ୟର ସମାଲୋଚନା କରି ଆସୁଛନ୍ତି। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥିତ୍ବ ହାସଲ କରିବା ପରେ ନିଜ ପ୍ରଥମ ସମ୍ବୋଧନରେ ଜେନେଲସ୍କିଙ୍କ ଉପରେ ଆକ୍ରମଣ କରି ଟ୍ରମ୍ପ ତାଙ୍କୁ ଚମତ୍କାର ସେଲ୍ସମ୍ୟାନ୍ ବୋଲି ବି କହିଦେଇଥିଲେ।
ପ୍ରଶ୍ନ ଏମିତି ବି ଉଠୁଛି, ଯେ କଣ ଟ୍ରମ୍ପଙ୍କ ପାଖରେ ଏହି କାମ କରିବାର କୌଣସି ପ୍ଲାନ୍ ଅଛି କି । ଏହି ପ୍ରଶ୍ନ ନିର୍ବାଚନ ପୂର୍ବରୁ ବି ତାଙ୍କୁ ବାରମ୍ବାର କରାଯାଇଥିଲା। କିନ୍ତୁ ସେ ନିଜ ଯୋଜନା ସମ୍ପର୍କରେ ସ୍ପଷ୍ଟ କିଛି କହିନାହାନ୍ତି। ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ। କିନ୍ତୁ ପ୍ରଶ୍ନ ହେଲା ଜେଲେନସ୍କି ଓ ପୁଟିନ୍ ଉଭୟ ଯୁଦ୍ଧ ରୋକିବା ନେଇ ଟ୍ରମ୍ପଙ୍କ ପ୍ଲାନ ଉପରେ ରାଜି ହେବେ ? ।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନା ଜାନୁଆରୀ 20 ପୂର୍ବରୁ ଋଷ ୟୁକ୍ରେନ୍ ଯୁଦ୍ଧ ରୋକିବାର। ପ୍ରଶ୍ନ ହେଲା ନଭେମ୍ବର 5ରେ ଆମେରିକାରେ ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ 75 ଦିନ ଭିତରେ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ କେମିତି ପୂରଣ କରିବେ। ଟ୍ରମ୍ପ ଆସିବା ଫଳରେ ଗୋଟିଏ ପଟେ ଆମେରିକାରେ ତ ପରିବର୍ତ୍ତନ ହେବ। ସେପଟେ ଆଶା କରାଯାଉଛି, ସେହିପରି ଆଶା ଯୁଦ୍ଧକୁ ନେଇ ବି ଅଛି। ଜେଲେନସ୍କି ଟ୍ରମ୍ପଙ୍କ ସହ ଆଲୋଚନା ପରେ ଏବେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି। ତେବେ ଯୁଦ୍ଧ ସ୍ଥିତିକୁ ଦେଖିଲେ ଏହି ଚ୍ୟାଲେଞ୍ଜ ଏତେ ସହଜ ନୁହେଁ।