ଯଥା ଶୀଘ୍ର ଯୁଦ୍ଧ ସାମଗ୍ରୀ ଯୋଗାଇ ଦେବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅନୁରୋଧ କରିଛନ୍ତି ଓଲେସ୍କି । ଯୁଦ୍ଧ ପାଇଁ ସେଠାରେ ମହାମାରୀ ବ୍ୟାପୁ ଥିବାରୁ ମାନବୀୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛି ୟୁକ୍ରେନ ।
ୟୁକ୍ରେନର ସାମରିକ ଗୋଇନ୍ଦା ବିଭଗର ଉପମୁଖ୍ୟ ଭଦିମ୍ ସ୍କିବିତସ୍କି କହିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ଯୁଦ୍ଧ ନିର୍ଭର କରୁଛି । ମାରିଓପୋଲର ମେୟର୍ କହିଛନ୍ତି ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ସାରିଛି । ମୃତ ଦେହଗୁଡ଼ିକ ରାସ୍ତାରେ ପଡ଼ି ପଚିବାରେ ଲାଗିଛି ।
ଜାପୋରିଜିଆସ୍ଥିତ ପରମାଣୁ ଶକ୍ତି କେନ୍ଦ୍ର ଓ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଭିତରେ ପୁନର୍ବାର ଯୋଗାଯୋଗ ସ୍ଥାପନ ସଫଳ ହେଇଛି । ଦେଶରେ ଖାଦ୍ୟାଭାବ ମଧ୍ୟ ଦେଖା ଦେଇଛି । ଋଷ ଆକ୍ରମଣରେ ଶସ୍ୟ ଭଣ୍ଡାର ନଷ୍ଟ ହୋଇସାରିଛି । ଯୁଦ୍ଧ ଚତୁର୍ଥ ମାସରେ ପହଞ୍ଚି ସାରିଥିବା ବେଳେ ପ୍ରତିପକ୍ଷ ସୈନ୍ୟମାନେ ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ ଅଧିକାରୀ କହିଛନ୍ତି ।
ସିଙ୍ଗାପୁରରେ ଅନୁଷ୍ଠିତ ସାଙ୍ଗ୍ରିଲା ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯୁଦ୍ଧର ପରିଣତି କେବଳ ୟୁକ୍ରେନ ନୁହଁ, ପୁରା ବିଶ୍ଵ ଭୋଗିବ । ଆନ୍ତର୍ଜାତିକ ବ୍ୟବସ୍ଥାର ଭବିଷ୍ୟତକୁ ଯୁଦ୍ଧ ପ୍ରଭାବିତ କରିବ । ତେବେ ପାଶ୍ଚାତ୍ୟ ଓ ଏସୀୟ ରାଷ୍ଟ୍ରମାନଙ୍କ ପକ୍ଷରୁ ମିଳିଥିବା ସହାୟତା ପାଇଁ ସେ କୃତଜ୍ଞ ବୋଲି ସ୍ବୀକାର କରିଛନ୍ତି।