ରୁଷର ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ଆମେରିକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆସୋସିଏଟେଡ ପ୍ରେସ୍ ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ରୁଷର ଅର୍ଥବ୍ୟବସ୍ଥା ଉପରେ ଟୋଲକୁ କଡାକଡି କରି, ରୁଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରିଛି। ତଥାପି ରୁଷ ଏହି ପ୍ରତିବନ୍ଧକକୁ ଖାତିର ନକରି ଯୁଦ୍ଧ ଜାରି ରଖିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁଁ ଉର୍ଜା କ୍ଷେତ୍ରର ବଡ଼ କମ୍ପାନୀ ସେଲ ରୁଷରୁ ତେଲ ଏବଂ ପ୍ରାକୃତିକ ଗ୍ୟାସ କିଣିବା ବନ୍ଦ କରିବ ବୋଲି ମଙ୍ଗଳବାର ଘୋଷଣା କରିଥିଲା।
ସେଲ ଏକ ବୟାନ ଜାରି କରି ପର୍ଯ୍ୟାୟକ୍ରମେ ରୁଷଠାରୁ ସମସ୍ତ ହାଇଡ୍ରୋକାର୍ବନ, ଅଶୋଧିତ ତୈଳ, ପେଟ୍ରୋଲିୟମ ଉତ୍ପାଦ, ପ୍ରାକୃତିକ ଗ୍ୟାସ ଏବଂ ଏଲଏନଜି କିଣିବା ବନ୍ଦ କରିବ ବୋଲି ଘୋଷଣା କରିଥିଲା।