ସେ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନର ଫଳ ସ୍ୱରୂପ ଆତଙ୍କବାଦୀ ମାନଙ୍କର ସମସ୍ତ ସମ୍ପତ୍ତି ଯାହା ଆମେରିକାର ଅଧିକାର କ୍ଷେତ୍ର ଅଧୀରେ ଆସୁଛି ତାକୁ ଜବତ କରି ନିଆଯାଇଛି । ଏହା ବାଦ ସମସ୍ତ ଆମେରିକୀୟ ନାଗରିକ ମାନଙ୍କ ସେମାନଙ୍କର କୌଣସି ପ୍ରକାର ଦେଣ ନେଣରେ ସାମିଲ ହେବାକୁ ମଧ୍ୟ ପ୍ରତିବନ୍ଧିତ କରି ଦିଆଯାଇଛି ।ଯେଉଁ ଆତଙ୍କବାଦୀ ମାନଙ୍କୁ ଏହି ତାଲିକାଭୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଭାରତୀୟ ଉପମହାଦେଶରେ ଅଲ କାଏଦାର ଅମୀର ଓସାମା ମହମୁଦ, ଆମିର ଅତିଫ ୟାହ୍ୟା ଗୌରୀ ଓ ମୋହମ୍ମଦ ଫାରୁକ ରହିଛନ୍ତି ।
ଆମେରିକାକୁ ମୂଳରୁ ଭୟ ରହିଛି ଯେ ଆତଙ୍କବାଦୀ ମାନେ ଆଫଗାନିସ୍ତାନକୁ ଆନ୍ତର୍ଜାତିତ ଆତଙ୍କବାଦର ମଂଚ ଭାବେ ବ୍ୟବହାର କରି ପାରନ୍ତି । ତେଣୁ ଆମେରିକା ଏହାକୁ ରୋକିବାକୁ ଚାହୁଁଛି । ଏହାକୁ ଆଖି ଆଗରେ ରଖି ଆମେରିକା ଅଲକାଏଦା ଓ ଟିଟିପି ସହିତ ଆଫଗାନିସ୍ତାନରେ ସକ୍ରିୟ ଆତଙ୍କବାଦୀ ସମୂହ ମାନଙ୍କ ଦ୍ୱାରା ଉତ୍ପନ୍ନ କରାଯାଉଥିବା ବିପଦର ମୁକାବିଲା କରିବାକୁ ଆତଙ୍କବାଦ ବିରୋଧୀ ସାଧନ ଗୁଡିକୁ ସମ୍ପୂର୍ଣ ଭାବେ ବ୍ୟବହାର କରୁଥିବା ଜଣା ପଡିଛି।
2014 ମସିହା ସେପ୍ଟେମ୍ବର ମାସରେ ଅଲକାୟଦାର ସ୍ଥାପନା ହୋଇଥିଲା । ଏହା ଏକ ଇସଲାମୀ ଆତଙ୍କବାଦୀ ସଂଗଠନ ଅଟେ । ଏହାର ଉଦ୍ଦେଶ୍ୟ ଇସଲାମିକ ରାଜ୍ୟର ସ୍ଥାପନା । ଏହା ଇସଲାମୀ ରାଜ୍ୟର ସ୍ଥାପନା ପାଇଁ ପାକିସ୍ତାନ, ଆଫଗାନିସ୍ତାନ, ଭାରତ, ମ୍ୟାଁମାର ଓ ବଙ୍ଗଳାଦେଶର ସରକାର ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଏହାର ଲକ୍ଷ୍ୟ । ତେହେରିକ ଏ ତାଲିବାନ ପାକିସ୍ତାନ ବା ଟିଟିପିକୁ ସାଧାରଣ ଭାବେ ପାକିସ୍ତାନୀ ତାଲିବାନ ବୋଲି କୁହାଯାଇଥାଏ । ଏହି ସଂଗଠନ ଆଫଗାନ – ପାକିସ୍ତାନ ସୀମାରେ ସକ୍ରିୟ ବିଭିନ୍ନ ଇସଲାମୀ ସଶସ୍ତ୍ର ଆତଙ୍କବାଦୀ ସଂଗଠନ ଗୁଡିକୁ ତାଲିମ ଦେବାର କାମ କରୁଛି ।
ବିଦେଶ ଖବର ଆହୁରି ପଢନ୍ତୁ