ଅନ୍ୟପଟେ ବିସ୍ଫୋରଣରେ ସହିଦ ହୋଇଥିବା 13 ଆମେରିକୀୟ ସୈନିକଙ୍କ ଉଦେଶ୍ୟରେ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି ।
The US flag will be flown at half-mast until the evening of August 30 to honour the victims killed in the terrorist attacks in Afghanistan's Kabul: White House pic.twitter.com/Pzf2sj91Im — ANI (@ANI) August 27, 2021
ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି ।
ବିସ୍ଫୋରଣ ପରେ ଆମେରିକା ଦୂତାବାସରେ ହାଇଆଲର୍ଟ ଜାରି କରାଯାଇଛି । ସେଠାରୁ କାବୁଲ ବିମାନବନ୍ଦର ଆଡ଼କୁ ନ ଆସିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ପ୍ରଥମ ବିସ୍ଫୋରଣ ଆବେ ଗେଟ ନିକଟରେ ଏବଂ ଦ୍ବିତୀୟଟି ବରୁନ ହୋଟେଲ ଆଗରେ ହୋଇଥିଲା।
ଆଫଗାନିସ୍ତାନ ଛାଡ଼ିବାକୁ ବିମାନ ବନ୍ଦର ବାହାରେ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ତାଲିବାନ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଉଥିଲେ ମଧ୍ୟ ଆଫଗାନିସ୍ତାନରେ ଏଭଳି ପରିସ୍ଥିତି ପାଇଁ ତାଲିବାନକୁ ଦାୟୀ କରିଛନ୍ତି ବୈଦେଶୀକ ବ୍ୟାପାର ବିଶେଷଜ୍ଞ ।