ଅନେକ ୟୁରୋପିଆନ ଦେଶରେ ସାଙ୍ଘାତିକ ଶକ୍ତି ସଙ୍କଟ ଦେଖାଦେଇଛି । ତେବେ ଚୀନକୁ ନେଇ ପେଣ୍ଟାଗନ ପକ୍ଷରୁ କୌଣସି ନକାରାତ୍ମକ ଆଭିମୁଖ ପ୍ରକାଶ ପାଇନାହିଁ । ତେବେ ତାଇବାନ ଉପରେ ଚୀନର ବାରମ୍ବାର ହସ୍ତକ୍ଷେପ କରୁଛି । ସାମରିକ ଶକ୍ତି ପ୍ରଦର୍ଶନ କରିଛି । ତାହା ଦେଖି ଆମେରିକାର ଚିନ୍ତା ବଢୁଛି ।ତାଇବାନ ପ୍ରସଙ୍ଗରେ ଆମେରିକା ଓ ଚୀନ ମଧରେ ବିବାଦ ଘନେଇବାରେ ଲାଗିଛି । ତେଣୁ ଯୁଦ୍ଧ ଆଶଙ୍କା ରହିଛି ।
ଅପର ପକ୍ଷରେ ୨୦୨୪ରେ ଆମେରିକା ଓ ତାଇବାନ ରେ ରାଷ୍ଟ୍ରପତି ନିର୍ବାଚନ କରିବ । ଏହା ଯୋଗୁ ଚୀନ ସାମରିକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଜେନେରାଲ୍ ମାଇକ୍ ମିନିହନଙ୍କ ଏହି ଯୁଦ୍ଧ ଆଶଙ୍କାକୁ ତାଙ୍କର ନିଜସ୍ବ ମତାମତ । ଆମେରିକା ଏହିପରି ଭାବୁ ନାହିଁ ବୋଲି ମତ ଦେଇଛନ୍ତି ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀ । ଚୀନକୁ ନେଇ ଆମେରିକାର ଏହିପରି କୌଣସି ବିଚାର ନାହିଁ ।
ଆମେରିକାର ପ୍ରତିରକ୍ଷା ସଚିବ ଲଯଡ୍ ଅଷ୍ଟିନ ଚଳିତ ମାସ ଆରମ୍ଭରେ ମତ ଦେଇ କହିଥିଲେ ତାଇବାନ ଷ୍ଟ୍ରେଟରେ ଚୀନର ଲଗାତାର ସେନା ଗତିବିଧିରୁ ଦେଶର ଆଭିମୁଖଯ ଓ ଲକ୍ଷ ସ୍ପଷ୍ଟ । ତାଇବାନ ଉପରେ ଚୀନ କିଛି ବର୍ଷ ହେଲା କୂଟନୈତିକ , ସାମରିକ ଓ ଅର୍ଥନୈତିକ ଚାପ ପକାଇ ଆସୁଛି । ତାଇବାନ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ବି ଚୀନରୁ ଦୃଷ୍ଟିରେ ରଖି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଏମିତିକି ରିଜର୍ଭ ଫୋର୍ସରେ ମହିଳାମାନଙ୍କୁ ସାମିଲ କରାଯାଇ ପୁରୁଷ ସେନା ଭଳି ତାଲିମ ଦିଆଯାଉଛି ।
ବିଦେଶ ଖବର ଆହୁରି ପଢନ୍ତୁ ।