ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ଵତନ୍ତ୍ରତା ପାଇଁ ଆମେରିକାର ରାଷ୍ଟ୍ରଦୂତ ସାମୁଏଲ ବ୍ରାଉନବ୍ୟାକ ଅକ୍ଟୋବରରେ କରିଥିବା ଭାରତ ଯାତ୍ରାକୁ ମନେ ପକାଇ କହିଛନ୍ତି ଯେ, ଚୀନ ପରବର୍ତ୍ତୀ ଦଲାଇ ଲାମା ବାଛିବା ନେଇ ଆମେରିକା ବିରୋଧ କରୁଛି। ଚୀନର କମ୍ୟୁନିଷ୍ଟ ପାର୍ଟିର ଦାବି ରହିଛି ଯେ, ସେମାନଙ୍କୁ ଦଲାଇ ଲାମା ବାଛିବାର ଅଧିକାର ରହିଛି। ରାଜନୀତିଜ୍ଞ ବ୍ରାଉନବ୍ୟାକ ଚୀନ ଉପରେ ଧାର୍ମିକ ଉତ୍ପୀଡନା ଲଗାଇ କହିଛନ୍ତି ଯେ, ଆତଙ୍କବାଦ ବିରୋଧୀ ଲଢେଇରେ ସାହାଯ୍ୟ ମିଳିବ ନାହିଁ।
ଦଲାଇ ଲାମା ବାଛିବା ପାଇଁ ଚୀନ ନିକଟରେ ନାହିଁ ଧାର୍ମିକ ଆଧାର- ଆମେରିକା

ଅର୍ଗସ ବ୍ୟୁରୋ : ତିବତର ଧର୍ମଗୁରୁକୁ ନେଇ ଚୀନ ଉପରେ କଡ଼ା ଟିପ୍ପଣୀ ଦେଇଛି ଆମେରିକା। ପରବର୍ତ୍ତୀ ଦଲାଇ ଲାମା ବାଛିବା ପାଇଁ ଚୀନ ନିକଟରେ କୌଣସି ଧାର୍ମିକ ଆଧାର ନାହିଁ ବୋଲି କହିଛି ଆମେରିକା। ଆମେରିକାର ଶୀର୍ଷ ରାଜନୀତିଜ୍ଞ ସାମୁଏଲ ଡି ବ୍ରାଉନବ୍ୟାକ କହିଛନ୍ତି ଯେ, ତିବତି ବୌଦ୍ଧ ଶହ ଶହ ବର୍ଷ ଧରି ସେମାନଙ୍କର ଧର୍ମଗୁରୁକୁ ସଫଳତାପୂର୍ବକ ବାଛି ଆସୁଛନ୍ତି। ଏମିତିରେ ଚୀନକୁ ଧର୍ମଗୁରୁ ବାଛିବାର କୌଣସି ଅଧିକାର ନାହିଁ। ତେବେ 85 ବର୍ଷୀୟ 14ତମ ଦଲାଇ ଲାମା 1959ରେ ତିବତରୁ ନିର୍ବାସିତ ହୋଇ ଭାରତରେ ରହୁଛନ୍ତି।
Download Argus News App
