ସ୍ୱିଜରଲ୍ୟାଣ୍ଡର ଏକ ଘରୋଇ ସ୍କୁଲରେ ପାଠ ପଢ଼ିଛନ୍ତି। ଏହି ସମୟରେ ତାଙ୍କ ପରିଚୟ ଲୁଚାଇବା ପାଇଁ ତାଙ୍କ ନାଁ ପାକ-ମି-ହାଇଆଙ୍ଗରେ ରଖାଯାଇଥିଲା। ପାଠ ପଢ଼ିବା ସମୟରେ କିମ ୟୋ ଜଙ୍ଗଙ୍କ ପ୍ରଭାବ ବେଶ ଭିନ୍ନ ରହିଥିଲା। ତାଙ୍କ ସମସ୍ତ ଡରନ୍ତି।
ସେ ଯେତେବେଳେ ସ୍କୁଲ ହଲରୁ ବାହାରନ୍ତି, ସେତେବେଳେ ସମସ୍ତ ଛାତ୍ରଛାତ୍ରୀ ତାଙ୍କ ପାଇଁ ରାସ୍ତା ଛାଡି ଦେଇଥାନ୍ତି। ଏମିତିକି ତାଙ୍କ ସାଙ୍ଗମାନେ ତାଙ୍କ ସହିତ ଲିଫ୍ଟରେ ଯାଇପାରିବେନି। ୟୋ ଜଙ୍ଗ ବିବାହିତ । ସେ ସେନା ମୁଖ୍ୟ ଚୋ ୟୋଙ୍ଗ-ହେଙ୍କ ପୁଅଙ୍କୁ ବିବାହ କରିଥିଲେ। କିନ୍ତୁ ଜାନୁଆରୀ ୨୦୧୩ ରେ ସେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ୨୦୧୧ରେ ପିତାଙ୍କ ମୃତ୍ୟୁ ପରେ ଉତ୍ତର କୋରିଆର ନୂଆ ଶାସକ ହୋଇଥିଲେ କିମ୍ ଜଙ୍ଗ ଉନ୍। ଏହି ସମୟରେ କିମ ପଛରେ ଠିଆ ହୋଇଥିଲେ ଭଉଣୀ ୟୋ ଜଙ୍ଗ। ୨୦୧୨ରେ କିମ ତାଙ୍କ ଭଉଣୀଙ୍କୁ ପ୍ରତିରକ୍ଷା ଆୟୋଗରେ ସାମିଲ କରିଥିଲେ ଏବଂ ତାଙ୍କୁ ତାଙ୍କର ଟୁର ମ୍ୟାନେଜର କରିଥିଲେ।
ଅଧିକ ପଢ଼ନ୍ତୁ ବିଦେଶ ଖବର: