ରାଷ୍ଟ୍ରପତି ଭ୍ଲାଦିମିରେ ପୁଟିନଙ୍କ ଏହି ନିଷ୍ପତ୍ତି ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ନିଜର ପଡ଼ୋଶୀ ଦେଶ ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ ନିଷ୍ପତ୍ତି ନିଶ୍ଚିତ ଭାବେ ଚିନ୍ତାଜନକ। ୧୯୯୦ ଦଶକ ପରେ ପ୍ରଥମ ଥର ପାଇଁ ରୁଷ ବିଦେଶରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବ । ପରମାଣୁ ଅସ୍ତ୍ର ଗଚ୍ଛିତ ରଖିବାକୁ ବେଲାରୁଷରେ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ କରିବ । ଆସନ୍ତା ଜୁଲାଇ ୧ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପୁଟିନ କହିଛନ୍ତି। ଏ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ଏହି ପରମାଣ ଅସ୍ତ୍ର କେବଳ ୟୁକ୍ରେନ ବିରୋଧରେ ବ୍ୟବହାର ହେବ କି ଅନ୍ୟ ରାଷ୍ଟ୍ର ପ୍ରତି ବ୍ୟବହାର ହେବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।
ଗତ ବର୍ଷ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବାପରଠାରୁ ବେଲାରୁଷ ନିୟମିତଭାବେ ରୁଷକୁ ସମର୍ଥନ କରିଆସିଛି । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ବେଲାରୁଷ ପକ୍ଷରୁ ରୁଷକୁ ସାମରିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଯୁଦ୍ଧରେ ବେଲାରୁଷର ସୈନିକ ଭାଗ ନେଉନାହାନ୍ତି। ହୋଇପାରେ ଏହି ଯୁଦ୍ଧାସ୍ତ୍ର ଗଚ୍ଛିତ ରହିବା ପରେ ସେମାନେ ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧରେ ଭାଗ ନେଇପାରନ୍ତି।
ଭାରତ ଅଛି ବୋଲି ରୁଷ୍ ପରମାଣୁ ଅସ୍ତ୍ର ବ୍ୟବହାର କରୁନି : ଆମେରିକାର ବୈଦେଶିକ ମନ୍ତ୍ରୀ