ଏହିପରିସ୍ଥିତିକୁ ଏଡେଇବା ପାଇଁ ଜାପାନର ଷ୍ଟାର୍ଟଅପ୍ ‘ଚ୍ୟାଲେଞ୍ଜରୀ’ ଏକ ଓ୍ୱିଣ୍ଡ ଟର୍ବାଇନ୍ ଆବିଷ୍କାର କରିଛି। ଯାହା ଝଡର ଶକ୍ତିକୁ ଉପଯୋଗ କରିବ। ଜାପାନ ଭଳି ଦେଶରେ ଅକ୍ଷୟ ଶକ୍ତି ଦ୍ରୁତତମ ବିକଶିତ ଶକ୍ତି ଉତ୍ସ ହୋଇଥିବାବେଳେ ତନ୍ମଧ୍ୟରୁ ଅଧିକାଂଶ ସୌର ଶକ୍ତି ଦ୍ୱାରା ପରିଚାଳିତ। ତେବେ ଜାପାନର ସରକାର ବର୍ତମାନ ମୁଖ୍ୟତଃ ସାମୁଦ୍ରିକ ପବନ ଜରିଆରେ ପବନ ଶକ୍ତିକୁ ପ୍ରୋତ୍ସାହସନ ଦେବା ଉପରେ ଫୋକସ କରୁଛନ୍ତି।
ସାରା ବିଶ୍ୱ ଏବେ ଭୟାନକ ଜଳବାୟୁ ପରିବର୍ତ୍ତନ ସ୍ଥିତି ଦେଇ ଗତି କରୁଛି। ଦେଶର ଜଳବାୟୁ ବିଶେଷଜ୍ଞ ମାନେ ଆହୁରି ଅଧିକ ଓ ଶକ୍ତଶାଳୀ ବାତ୍ୟା ସ୍ଥିତି ବିଷୟରେ ମଧ୍ୟ ଚେତାବନୀ ଦେଇଛନ୍ତି।
ଏ ଭଳି ବିପରୀତ ପରିସ୍ଥିତି ରେ ପବନ ମାଧ୍ୟମରେ ଶକ୍ତି ଉତ୍ପନ କରିବା ଅତି ଜଟିଳ ବ୍ୟାପାର। ପାରମ୍ପରିକ ଓ୍ୱିଣ୍ଡ ଟର୍ବାଇନ୍ରେ ପ୍ରପେଲର ବ୍ଲେଡ୍ ଥାଏ। ଯାହା ଘୂର୍ଣିଝଡ ଓ ବାତ୍ୟାରେ ଅଧିକ ଅସୁରକ୍ଷିତ। ଟେକ୍ନୋଲୋଜିର ଅଗ୍ରଗତି ସମୟରେ ଏହି ର୍ଷ୍ଟାଟଅପ୍ ମାଗନସ୍ ଭର୍ଟିକାଲ ଆକ୍ସିସ୍ ଓ୍ୱିଣ୍ଡ ଟର୍ବାଇନ୍ ବିକଶିତ କରିଛି। ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ।
ଟେକ୍ନୋଲୋଜି ଖବର ଆହୁରି ପଢନ୍ତୁ