ପାକିସ୍ତାନ: ପାକିସ୍ଥାନରେ ଏବେ ଆର୍ଥିକ ସଙ୍କଟ ଦେଖାଦେଇଛି । ଯାହାକି ପାକିସ୍ତାନୀ ଲୋକମାନେ ଦୁଇବେଳା ଦୁଇ ପଟ ରୁଟି ଖାଇବାକୁ ପାଉନାହଁନ୍ତି । ଏକ ସର୍ଭେ ରୁ ଜଣାପଡିଛି ପାକିସ୍ତାନର ୫୦ ପ୍ରତିଶତ ଲୋକ ଦୁଇବେଳା ରୁଟି ପାଇଁ ଆଉଟୁପାଉଟୁ ହେଉଛନ୍ତି ।
ଏହି ରିପୋର୍ଟ ଅନୁଯାୟୀ ଦାରିଦ୍ରର ଶିକାର ହୋଇଥିବାରୁ ଲୋକମାନଙ୍କୁ ରୁଟି ଖାଇବାକୁ ମିଳୁନି । ଏହି କାରଣରୁ ପାକିସ୍ତାନରେ ଶିଶୁମାନେ କୁପୋଷଣର ଶୀକାର ହେଉଛନ୍ତି । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ପୋଷଣ ସର୍ବେକ୍ଷଣ ୨୦୧୮ରେ ପାକିସ୍ତାନର ଅଧାରୁ ଅଧିକ ଏଭଳି ଅଧାରୁ ଅଧିକ ପରିବାର ଅଛନ୍ତି ଯେଉଁମାନେ କି ଦୁଇବେଳା ଦୁଇ ପଟ ରୁଟି ନ ପାଇ ଉପାସରେ ଦିନ କାଟୁଛନ୍ତି ।
ଯାହାଦ୍ୱାରା କୁପୋଷର ଶିକାର ହେଉଛନ୍ତି । ସେହିପରି ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ୪୦.୨ ପ୍ରତିଶତ ଶିଶୁ ଅତ୍ୟାଧିକ କୁପୋଷଣର ଶୀକାର ଅଛନ୍ତି । ଖାଦ୍ୟାଭାବ ସେମାନଙ୍କ ଶାରିରୀକ ଏବଂ ମାନସିକ ବିକାସରେ ବାଧକ ସାଜିଛି । ଦେଶର ଏଭଳି ବିପତ୍ତିକାଳୀନ ସ୍ଥିତିରେ ସରକାରଙ୍କ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଏହି ସର୍ଭେ କରାଯାଇଥିଲା । ଏହା ପାକିସ୍ତାନ ଇତିହାସର ସବୁଠୁ ବଡ ସର୍ଭେ ବୋଲି କୁହାଯାଉଛି କାରଣ ଏହି ସର୍ଭେରେ ଗ୍ରାମୀଣ ସହରଠାରୁ ଆରମ୍ଭ କରି ପାକିସ୍ତାନ ଅଧୀକୃତ କାଶ୍ମୀରକୁ ସାମିଲ କରାଯାଇଛି । ଏହି ତାଲିକାରେ ଦେଶର ୧୧୫,୬୦୦ ପରିବାର, ୧୪୫,୩୨୪ ମହିଳାଙ୍କୁ ସାମିଲ କରାଯାଇଛି ।
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବାର ସମ୍ଭାବନା ରହିଛି। ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆଜି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଗତକାଲି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର: