ତେବେ ଦେଶରେ କୋଭିଡ ସତର୍କତା ସ୍ୱରୂପ ବାହାରୁ ଆସିଲେ କ୍ୱାରେଣ୍ଟାଇନ ରହିବାର ନିୟମ ରହିଛି। ରାଷ୍ଟ୍ରପତି ନିଜେ ଏହି ନୀତିର ସମର୍ଥକ, ଏଣୁ ଏସସିଓ ସମ୍ମିଳନୀରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ତେବେ ଏହାକୁ ନେଇ ସିପିସିରେ ଆଭ୍ୟନ୍ତରିଣ ଅସନ୍ତୋଷର ଆକଳନ କରାଯାଉଥିଲା।
ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖାଯାଇଛନ୍ତି।ଜିନପିଙ୍ଗ ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରଦର୍ଶନୀରେ ଯୋଗ ଦେଥିବା ଦେଖାଯାଇଛନ୍ତି। ଉଜବେକିସ୍ତାନର ଅନୁଷ୍ଠିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରୁ ସେପ୍ଟେମ୍ବର ୧୬ରେ ଫେରିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖା ଯାଇଛନ୍ତି।
ତେବେ ଦେଶରେ କୋଭିଡ ସତର୍କତା ସ୍ୱରୂପ ବାହାରୁ ଆସିଲେ କ୍ୱାରେଣ୍ଟାଇନ ରହିବାର ନିୟମ ରହିଛି। ରାଷ୍ଟ୍ରପତି ନିଜେ ଏହି ନୀତିର ସମର୍ଥକ, ଏଣୁ ଏସସିଓ ସମ୍ମିଳନୀରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ତେବେ ଏହାକୁ ନେଇ ସିପିସିରେ ଆଭ୍ୟନ୍ତରିଣ ଅସନ୍ତୋଷର ଆକଳନ କରାଯାଉଥିଲା।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଏହାରି ମଧ୍ୟରେ 3 ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେପି । ଛତିଶଗଡ ପାଇଁ 3 ପର୍ଯ୍ୟବେକ୍ଷକ ଘୋଷଣା ହୋଇଛନ୍ତି । ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୌତମ, ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ମନହୋରଲାଲ ଖଟ୍ଟର, କେ.ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତିନି ରାଜ୍ୟ ପାଇଁ ଅନେକ ଦାବିଦାର ରହିଥିବାବେଳେ ଏହି ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହେବ ।
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।
ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: