ତଥାପି ଏତେ ଲୋକପ୍ରିୟ ଯେ, ଅଧିକାଂଶ ନିଜ ରିଂ ଟୋନରେ ତାକୁ ସାଇତି ରଖିଛନ୍ତି।
ଘଡି ଘଡିକେ ମୋବାଇଲରେ ଏଇ ରିଂ ଟୋନ୍ ବାଜିଲେ ମନ ଭିତରେ ଗୋଟେ ମାହୋଲ ଜମି ଯାଉଛି।
ଆଜିକାଲି ଗୀତ ଶୁଣିବାକୁ କିଏ ପସନ୍ଦ ନକରନ୍ତି କହିଲେ । ହୁଏତ ଏମିତି ବହୁତ୍ କମ୍ ଲୋକ ଥିବେ, ଯେଉଁମାନେ କି ଗୀତ ଶୁଣିବାକୁ ନାପସନ୍ଦ କରୁଥିବେ । ଗୀତରେ ମଧ୍ୟ ସମସ୍ତଙ୍କର ଭିନ୍ନ ଭିନ୍ନ ପ୍ରକାରର ରୁଚି ରହିଥାଏ । କିଏ ହିନ୍ଦୀ ଗୀତ ଶୁଣିବାକୁ ପସନ୍ଦ କରୁଥିବା ବେଳେ, କିଏ ଓଡିଆ ଗୀତ । ପୁଣି ଆଉ କିଏ ଇଂରାଜି ଗୀତ ଶୁଣିବାକୁ ପସନ୍ଦ କରୁଥିବା ବେଳେ, କିଏ ବେଙ୍ଗୋଲି ଗୀତ ଶୁଣିବାକୁ ବେଶ ପସନ୍ଦ କରନ୍ତି । ସମସ୍ତେ ନିଜ ନିଜ ମନ ପସନ୍ଦର ଗୀତ ଶୁଣିବାକୁ ଭଲ ପାଆନ୍ତି ।
ନିକଟରେ ଏକ ଗୀତକୁ ନେଇ ଚର୍ଚ୍ଚା ଯୋର ଧରିଛି । ଯୁଆଡେ ଶୁଣିବେ ସମସ୍ତଙ୍କ ମୁହଁରେ ଏହି ଗୀତ । ‘ମାନିକେ ମାଗେ ହିଥେ’ ।
ଏହା ହେଉଛି ଏକ ଶ୍ରୀଲଙ୍କୀୟ ଗୀତ । ଯାହାକି ଗତ କିଛି ମାସ ଧରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଗୀତକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ।
ଆପଣମାନେ ତ ସମସ୍ତେ ଜାଣିଛନ୍ତି, ଏବେ ସୋସିଆଲ ମିଡିଆର ଯୁଗ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ । ଏହି ସୋସିଆଲ ମିଡିଆ ମାଧ୍ୟମରେ ଏବେ କିଏ କେତେବେଳେ ପପୁଲାର ହୋଇ ଯାଉଛନ୍ତି ତାହା କହିହେବ ନାହିଁ । ଏମିତିବି ଆପଣମାନେ ବି କେତେବେଳେ କୌଣସି କାରଣକୁ ନେଇ ପପୁଲାର ହୋଇ ଯାଇ ପାରନ୍ତି । ଠିକ୍ ସେମିତି ଏବେ ସୋସିଆଲ ମିଡିଆରେ ‘ମାନିକେ ମାଗେ ହିଥେ’ ଗୀତଟି ବେଶ ଭାଇରାଲ ହେଉଛି । ଏହି ଗୀତ ଭାଇରାଲ ହେବା ସଙ୍ଗେସଙ୍ଗେ, ଏହି ଶ୍ରୀଲଙ୍କୀୟ ଗୀତଟିକୁ ଗାଇଥିବା ଝିଅଟି ମଧ୍ୟ, ରାତାରାତି ପପୁଲାର ହୋଇ ଯାଇଛନ୍ତି । ୟାକୁ କୁହାଯାଏ ଭାଗ୍ୟ । କହିଲେ, କିଏ କ’ଣ ଜାଣିଥିଲା, ନାଁ ସେ ଝିଅଟି ନିଜେ ହେଲେ ଜାଣିଥିଲା ଯେ, ସେ ହଠାତ୍ ଏମିତି ପପୁଲାର ହୋଇଯିବ ।
ପ୍ରକୃତରେ ଏହି ଗୀତଟିକୁ ଗାଇଛନ୍ତି ଶ୍ରୀଲଙ୍କୀୟ ସୁନ୍ଦରୀ ୟୋହାନି । ତାଙ୍କର ଏହି ଗାୟନ ଶୈଳୀ ସମସ୍ତଙ୍କୁ ଏତେ ଆକର୍ଷିତ କରିଛି ଯେ, ଏହାକୁ କିଏ ନିଜର କଲର ଟ୍ୟୁନ୍ ରଖୁଛି ତ, କିଏ ଏଥିରେ ଭିଡିଓ ପ୍ରସ୍ତୁତ କରୁଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୩ ମାସରେ ଏହା ୧୦୦ ମିଲିୟନ ଭ୍ୟୁ ଅତିକ୍ରମ କରି ସାରିଲାଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟିଙ୍କ ହୃଦୟକୁ ମଧ୍ୟ ଗୀତଟି ବେଶ ଛୁଇଁ ଯାଇଛି । ଏବେ ୟୋହାନିଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ରାତାରାତି ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି ୟୋହାନି ।
ସଂକ୍ଷେପରେ ୟୋହାନି-
ୟୋହାନିଙ୍କ ବାପା ଜଣେ ଆର୍ମି ଅଫିସର ହୋଇଥିବା ବେଳେ, ମା’ ତାଙ୍କର ଏୟାରଫୋର୍ସରେ କାର୍ଯ୍ୟରତ । ସଙ୍ଗୀତ ବ୍ୟାକଗ୍ରାଉଣ୍ଡରୁ ନ ଆସିଥିଲେ ମଧ୍ୟ , ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଛି । ପିଆନୋ ଓ ଗୀଟାର ବଜାଉଥିବା ୟୋହାନି ଭଲ ଗୀତ ମଧ୍ୟ ଗାଆନ୍ତି । ଏତେ କମ୍ ଦିନରେ ଏତେ ଲୋକପ୍ରିୟତା ହାସଲ କରିଥିବା ୟୋହାନି, ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।