କାହିଁକି କହିଲେ ଦର୍ଶକବନ୍ଧୁ, ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହାଘର, ରୁକ୍ମଣୀ ହରଣ ଏକାଦଶୀ। ସାରା ବିଶ୍ୱ ଜାଣିବ ନାରୀର ଇଚ୍ଛାକୁ ଚରିତାର୍ଥ କରିବାକୁ ନିଜେ ମହାପ୍ରଭୁ ମଧ୍ୟ ‘ନାରୀଚୋର’ ନାମକୁ ଅଙ୍ଗୀକାର କରିଛନ୍ତି।
ଶିଶୁପାଳକୁ ବିବାହ ପାଇଁ ମା’ଙ୍କ ମନ ନ ଥିଲା। ସେଇଥିପାଇଁ ବ୍ରାହ୍ମଣଙ୍କ ହାତରେ କାଳିଆ ଠାକୁରଙ୍କୁ କାଲି ଖବର ପଠାଇଥିଲେ। ସଂ ଧୂପ ନୀତି ବଢ଼ିଲା ପରେ ମଦନମୋହନ ଆଜ୍ଞାମାଳ ପାଇଥିଲେ। ବଟ ଗଣେଶଙ୍କ ପାଖ ଖଟରେ ବସିଥିଲା ବେଳେ ବ୍ରାହ୍ମଣ ପହଞ୍ଚି ମା’ଙ୍କ ମନକଥା ବଖାଣିଲେ। ମନଜାଣି ମହାପ୍ରଭୁଙ୍କ ପାଖରେ ହୋଇଥିଲା ‘ରାଜେନ୍ଦ୍ରଭିଷେକ’ ନୀତି।
ସେ ବଡ଼ ଲୋକ, ତାଙ୍କର ବଡ଼ କଥା। ଶରଳ ଭାଷାରେ କହିଲେ ରାଜେନ୍ଦ୍ରାଭିଷେକ। ମାନେ ବିବାହ ପୂର୍ବରୁ ମହାପ୍ରଭୁ ନିଜକୁ ରାଜା ପୁଅ ଭଳି ଅଭିଷେକ କରାଇଲେ।
ଆଉ ଆଜି ହେଉଛି ବାହାଘର। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବେ ସୁନାର ଲକ୍ଷ୍ମୀ ଠାକୁରାଣୀ। ପ୍ରଥମେ ଲକ୍ଷ୍ମୀ ମନ୍ଦିରକୁ ଯିବେ, ସନ୍ଧ୍ୟା ନଇଁଲେ ବିମଳା ମନ୍ଦିରକୁ ପୂଜା ବାହାନାରେ ଆସିବେ। ଏଇଠୁ ହରଣ କରିନେବେ ମଦନ ମୋହନ ରୂପି ହଟିଆ କଳା ନାଗର। ମା’ ଲକ୍ଷ୍ମୀ ନିଜ ଇଚ୍ଛାରେ ଆଉ ପରମ ଆନନ୍ଦରେ ମହାପ୍ରଭୁଙ୍କ ସହ ଯାଉଥିବା ବେଳେ ବାଟ ଅଟକାଇବେ ଶିଶୁପାଳ ରୂପି ସେବକ।
ତାଙ୍କୁ ବାନ୍ଧି ପକାଇବା ମହାପ୍ରଭୁ। କଥାଟା ଶ୍ରୀମନ୍ଦିର ସାରା ରାଷ୍ଟ୍ର ହେବା ପରେ ବିଜେ କରିବେ ରାମ ବିଗ୍ରହ। ଶିଶୁପାଳ ମୁକ୍ତ ହେଲେ ବାହା ମଣ୍ଡପକୁ ବିଜେ କରିବେ ଲକ୍ଷ୍ମୀ, ମଦନ ମୋହନ। ପଡିବ ହରିବୋଲ, ପଡିବ ହୁଳହୁଳି। ମଣିମାଙ୍କ ବାହାଘର ପାଇଁ ଗଗନ ପବନ କମ୍ପି ଉଠିବ।
ଆଲେଖ୍ୟ : ମିହିର ପଟ୍ଟନାୟକ