ଏବେ କିଆ ମୋଟର୍ସ ଇଣ୍ଡିଆ ନିଜର KIA Sonet ଏସୟୁଭିର ଫଟୋ ଜାରି କରିଛି । 7 ଅଗଷ୍ଟରେ ଔପଚାରିକ ଭାବେ ଏହାର ଡେବ୍ୟୁ କରାଯିବ । ଲାଟେଷ୍ଟ ସ୍କେଚ୍ରେ ଏସୟୁଭିର ଇଣ୍ଟେରିୟର ଓ ଏକ୍ସଟରିୟରର ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
କିଆ ସେଲଟସ୍ ଓ କାର୍ନିଭାଲ ଏମପିଭି ପରେ କିଆ ସୋନେଟ୍ କମ୍ପାନୀ ପକ୍ଷରୁ ଦ୍ୱତୀୟ ଏସୟୁଭି ହେବ । ଏହାସହ ଭାରତରେ ଏହା ତୃତୀୟ ପ୍ରଡକ୍ଟ ମଧ୍ୟ ହେବ । ତେବେ ଭାରତୀୟ ବଜାରରେ କିଆ ସୋନେଟ୍ ସହ ସୁଜୁକି ବିଟାରା ବ୍ରେଜା, ମହିନ୍ଦ୍ରା ଏକ୍ସୟୁଭି 300 ଓ ଟାଟା ନିକ୍ସନ ସହ ଟକ୍କର ହେବ ବୋଲି କୁହାଯାଉଛି ।
ମିଡିଆ ରିପୋର୍ଟ ଅନୁସାରେ କିଆ ସୋନେଟ୍ର ଏକ୍ସ ସୋରୁମ୍ ମୂଲ୍ୟ 7 ଲକ୍ଷରୁ 13 ଲକ୍ଷ ମଧ୍ୟରେ ହୋଇପାରେ । ଏହି କାରର ଲୁକ୍ ସେଲଟସ୍ ଠାରୁ ଭିନ୍ନ ହେବ । ବିଶେଷ କରି ଏହାକୁ ସ୍ପୋର୍ଟି ଲୁକ୍ ଦେବାକୁ କମ୍ପାନୀ ଚେଷ୍ଟା କରିଥିବା ଜଣାପଡ଼ିଛି ।
" >ନୂଆଦିଲ୍ଲୀ: ଭାରତୀୟ ବଜାରରେ କିଆ ସେଲଟସ୍ ଲୋକପ୍ରିୟତା ହାସଲ କରିବା ପରେ ଏବେ ଏହି ଦକ୍ଷିଣ କୋରିଆ କମ୍ପାନୀ ପୁଣି ଏକ ଜବରଦସ୍ତ ଏସୟୁଭି ମଡେଲ ଲଞ୍ଚ କରିବାକୁ ଯାଉଛି । ଅଟୋ ଏକ୍ସପୋ 2020ରେ କମ୍ପାନୀ ଏହି ମଡେଲ ପ୍ରଦର୍ଶନ କରିଥିଲା ।