ତେବେ ଚଳିତ ବର୍ଷ ଲାଲବାଗଚା ରାଜା ଗଣେଷ ପୂଜା ମଣ୍ଡପକୁ ଦୁଇ ଦିନ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଛି । ପ୍ରଥମ ଦିନ ଏହି ପୂଜା ମଣ୍ଡପକୁ ୪୦ ଲକ୍ଷ ଟଙ୍କାର ଦାନ ମିଳିଥିଲା ଓ ଦ୍ଵିତୀୟ ଦିନ ଏଥିରେ ଵୃଦ୍ଧି ହୋଇ ୬୦ ଲକ୍ଷ ୬୨ ହଜାରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ଵାନୀଙ୍କ ପୁଅ ଅନନ୍ତ ଅମ୍ଵାନୀ ମଧ୍ୟ ମୋଟା ଆକାର ଟଙ୍କା ଲାଲବାଗଚା ରାଜାଙ୍କୁ ଦାନ ଆକାରରେ ଦେଇଥିଲେ। ଯାହା ପାଇଁ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଵର୍ତ୍ତମାନ ସୁଦ୍ଧା ଲାଲବାଗଚା ରାଜାଙ୍କୁ ୧୮୩ ଗ୍ରାମ ସୁନା ଓ ୬୨୨ ଗ୍ରାମ ରୁପା ଶ୍ରଦ୍ଧାଳୁଙ୍କ ନିକଟରୁ ମିଳିଛି। ୧୯୩୪ ମସିହାରୁ ପୁତଲାଵି ଚୌଲରେ ଲାଲବାଗଚା ରାଜାଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ସେପ୍ଟେମ୍ଵର ୧୯ରୁ ୨୯ ୧୦ ଦିନ ଧରି ମୁମ୍ଵାଇରେ ଵିଘ୍ନଵିନାଶକ ଗଣେଶଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ।
ସୁନାର ମୁକୁଟ , ଗଣେଶଙ୍କ ପାଇଁ ସ୍ଵତନ୍ତ୍ର ଗଦା, ସୁନା ଓ ରୂପାର ଗଣେଶ ପ୍ରତିମା, ଗଣେଶ ଓ ଲକ୍ଷ୍ମୀ ଵିରାଜିତ ଥିଵା ସୁନା ଓ ରୂପାର ଅନେକ କଏନ, ଦାମୀ ସୁନା ଚେନ, ସୁନା ମୁଦି, ରୂପାର ମୂଷା, ପିତଳ ଘଣ୍ଟି, ରୂପା ଓ ସୁନାରେ ତିଆରି ଗଣେଷ ଭଗଵାନଙ୍କ ପ୍ରିୟ ପ୍ରସାଦ ମୋଦକ, ସୁନା ଏଵଂ ରୁପାର ଖଟ, ସୁନାରେ ତିଆରି ଘର କିଛି ଆଭୁସଣ ଯେପରି - ଖଡୁ, କାନର ନୋଳି, ରୁପାର ପାଦୁକା, ମୁକୁଟ,ହାର, ରୁପାର ପାଉଁଜି, ଗଦା ଆଦିକୁ ଶ୍ରଦ୍ଧାଳୁ ମାନେ ଦାନ ଆକାରରେ ଦେଇଛନ୍ତି । କେଵଳ ଭାରତୀୟ ମୁଦ୍ରା ନୁହଁ ଡଲାର ମଧ୍ୟ ଦାନ ଆକାରରେ ମିଳିଛି ।
ଆହୁରି ପଢନ୍ତୁ ଭାରତ ଖବର...