ଏହିପରି କି ଏହା ହିଁ ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ଗଢିବାରେ ସହଯୋଗ କରିବ । ତେବେ ଆପଣ ଭାବୁ ଥିବେ ନିଜ ସହ କିପରି ସୁସମ୍ପର୍କ ସ୍ଥାପନ କରିବେ ?
ଥରେ ନିଜକୁ ପଚାରିଲେ ଆପଣ ନିଜକୁ କେତେ ଜାଣିଛନ୍ତି ?
ନିଜ ଆବଶ୍ୟକତାକୁ ନିଜେ କେତେ ବୁଝିଛନ୍ତି ?
କେତେ ଗୁରୁତ୍ବ ଦେଉଛନ୍ତି ନିଜକୁ ?
ସବୁ ବେଳେ ଦାୟିତ୍ବର ଦ୍ବାହୀ ଦେଇ ନିଜକୁ ନିଜେ ଠକୁ ନାହାନ୍ତି ତ ! ଏହା ପରେ ଆପଣଙ୍କ ନିଜ ପାଇଁ ଟିକେ ସମୟ ବାହାର କରନ୍ତୁ । ନିଜ ସହ ନିଜେ କଥା ହୁଅନ୍ତୁ । ନିଜ ବିଷୟରେ ଆଲୋଚନା କରନ୍ତୁ । ଏହା ଆପଣଙ୍କ ଜୀବନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାରେ ସହଯୋଗ କରିବ । ନିଜର ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପସନ୍ଦ ନାପସନ୍ଦକୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏହାଛଡା ଆପଣଙ୍କ ଭିତରେଥିବା ନୂତନ ସମମ୍ଭାବନା ଓ ଦକ୍ଷତାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ନିଜକୁ ନିଜେ ଥରେ ଭଲ ପାଇଁ ଦେଖନ୍ତୁ । ଜୀବନ ଆପେ ଆପେ ଭଗବାନଙ୍କ ଉପହାର ପରି ମନେ ହେବ । ଏହା ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାରେ ସହଯୋଗ କରିବ । ନିଜ ଦାୟିତ୍ବ ପାଳନରେ ଆପଣଙ୍କୁ ସକ୍ଷମ କରାଇବ ।