-ପ୍ରତିଦିନ ସକାଳର ଆରମ୍ଭ ଅଁଳା ଜୁସରୁ ହିଁ କରନ୍ତୁ। ସକାଳୁ ଉଠି ବ୍ରଶ କରି ଖାଲି ପେଟରେ କିଛି ଅଁଳାକୁ ଗ୍ରାଇଣ୍ଡ କରି ସେଥିରେ ଜିରା ଓ ଅଦା ପକାଇ ବାଟି ଦିଅନ୍ତୁ। ଏହି ଜୁସକୁ ଏକ ପାତ୍ରରେ କାଢ଼ି ପିଅନ୍ତୁ। ଦେଖିବେ ଏହା ଆପଣଙ୍କ ଓଜନ କମାଇବାରେ ବେଶ ସହାୟକ ହେବ।
- ପ୍ରତିଦିନ ସକାଳେ ବ୍ରେକଫାଷ୍ଟ ୮ଟା ସୁଦ୍ଧା କରନ୍ତୁ। ବ୍ରେକଫାଷ୍ଟ ସବୁବେଳେ ହେଭି କରନ୍ତୁ। ଆପଣ ଏଥିରେ ଇଡଲି, ସାମ୍ବର, ଅଣ୍ଡା, ବ୍ରେଡ ଆଦି ସକାଳୁ ଖାଇପାରିବେ। ହଁ ପ୍ରତିଦିନ ଆପଣ ଅଣ୍ଡା ଖାଇପାରିବେ। ଏହାସହ ପରାଟା, ଦହି, ଦଲିଆ ଇତ୍ୟାଦି ନିତିଦିନିଆ ଡାଏଟରେ ସାମିଲ କରିଲେ ଭଲ। ଆପଣ ୧୫ ଦିନକୁ ଥରେ ଛୋଲେ-ଭୋଟୁରେ, ପାଓ-ଭାଜି, ପକୋଡା, ଆଳୁ ପୁରୀ ଆଦି ଖାଇପାରିବେ। କିନ୍ତୁ ଏସବୁ ଖାଇଲେ ଆପଣଙ୍କୁ ୩ରୁ ୪ଘଣ୍ଟା ବ୍ୟାୟାମ କରିବାକୁ ପଡ଼ିବ। ଆପଣ ଯଦି ନିୟମିତ ଏକ୍ସରସାଇଜ କରିପାରୁ ନାହାନ୍ତି ତାହାଲେ ମାସକୁ ଥରେ ଏପରି ଅଏଲି ଜିନିଷ ଖାଆନ୍ତୁ।
-ବ୍ରେକଫାଷ୍ଟର ୧ଘଣ୍ଟା ପରେ ଡିଟକ୍ସ ଡ୍ରିଙ୍କ ନିଅନ୍ତୁ। ଯେମିତିକି ପଇଡ଼ ପାଣି ଶରୀର ପାଇଁ ବହୁତ ଉପକାରୀ। ଏହାଛଡ଼ା ପାଣିରେ ଚିଆ ସିଡ ଏବଂ ଲେମ୍ବୁ ପକାଇ ଏକ ଡ୍ରିଙ୍କସ ପ୍ରସ୍ତୁତ କରନ୍ତୁ। ଏବଂ ଏହାକୁ ନିୟମିତ ପିଅନ୍ତୁ।
-ଲଞ୍ଚରେ ପ୍ରତିଦିନ ରୋଟି, ରାଜମା, ସାଲାଡ, ଦହି ଏବଂ ଅଳ୍ପ ଭାତ ଆଡ କରନ୍ତୁ। ସପ୍ତାହରେ ଦୁଇ ଥର ଆପଣ ଚିକେନ ନେଇପାରିବେ।
-ସେହିପରି ସନ୍ଧ୍ୟାରେ ଗ୍ରୀନ-ଟି ନେଲେ ବହୁତ ଭଲ। ଗ୍ରୀନ-ଟି ସହିତ ଆପଣ ସୁଗାର-ଫ୍ରି ବିସ୍କୁଟ ଖାଇପାରିବେ। ଏହାଛଡ଼ା ଆପଣ ମୁଗ ଗଜାକୁ ଝାଲ କରି ଖାଇପାରିବେ। ଆପଣ ମଖାନାକୁ ମଧ୍ୟ ସନ୍ଧ୍ୟାବେଳର ସ୍ନାକ୍ସ ସହ ଆଡ କରିପାରିବେ।
-ଡିନରରେ ରୋଷ୍ଟ ଚିକେନ, ମାଛ, ମିକ୍ସ ଭେଜ, ସୁପ, ଟୋଫୁ, ସାଲାଡ ଏବଂ ରୋଟି ଖାଇପାରିବେ। ରାତିରେ ଭାତ ନ ଖାଇଲେ ହିଁ ଭଲ।
-କର୍ମଜୀବୀ ମହିଳା ମାନେ ଅଫିସରେ କାମ କରୁଥିଲେ ପାଣି ପିଇବାକୁ ଭୂଲିଯାଆନ୍ତି। ସେଥିପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏହା ଶରୀରରେ ଥିବା ମେଟାବୋଲିଜିମକୁ ନିୟନ୍ତ୍ରଣ ରଖେ। ବ୍ରେକଫାଷ୍ଟ ଯେପରି ସ୍କିପ ନହେବ ସେପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ଦୈନନ୍ଦିନ ଜୀବନରେ ଫ୍ରୁଟସକୁ ନିଶ୍ଚିତ ଆଡ କରନ୍ତୁ।
-ଓଜନ ନ ବଢ଼ିବା ପାଇଁ ଭଲ ଖାଆନ୍ତୁ ସୁସ୍ଥ ରହିବେ। ଷ୍ଟ୍ରେସ ଠାରୁ ଦୂରରେ ରୁହନ୍ତୁ। ରାତିରେ ମୋବାଇଲ ବ୍ୟବହର ନ କରି ଠିକ ଟାଇମରେ ଶୁଅନ୍ତୁ। ଖୁସିରେ ରହୁନ୍ତୁ। ଏକ୍ସରସାଇଜ ନିହାତି କରନ୍ତୁ। ଦେଖିବେ ଆପଣଙ୍କ ସମସ୍ୟା ନିଶ୍ଚିତ ସମାଧାନ ହୋଇଯିବ।
ଜୀବନ ଶୈଳୀ ଖବର ଆହୁରି ପଢ଼ନ୍ତୁ ।