-୧ ଚାମଚ ବିଟ୍ ରସରେ ୧ ଚାମଚ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାନ୍ତୁ । ରଙ୍ଗ ତୋଫା କରିବାରେ ଏହା ଯାହାଯ୍ୟ କରିଥାଏ, କିନ୍ତୁ ମନେ ରଖିବେ ଯେଉଁମାନଙ୍କ ମୁହଁରେ ଲେମ୍ବୁ ରସ ସୁଟ୍ କରେ ନାହିଁ ସେମାନେ ଏହି ପ୍ୟାକ୍ ଠାରୁ ଦୂରେଇ ରହିବା ଆବଶ୍ୟକ ।
-୨ ବଡ ଚାମଚ ମହୁରେ ବିଟ୍ ରସ ମିଶାଇ , ଏହାକୁ ମୁହଁରେ ୧୫ ରୁ ୨୦ ମିନିଟ୍ ଯାଏଁ ଲଗାଇ ରଖିବା ପରେ ମୁହଁ ଧୋଇନେବେ । ଶୀତଦିନେ ଏହି ପ୍ୟାକ୍ ତ୍ୱଚାକୁ କୋମଳ ରଖିବା ସହିତ ତ୍ୱଚାରେ ଚମକ ଆସିଥାଏ ।
-ଗୋଲାପ ଜଳରେ ବିଟ୍ ରସ ମିଶାଇ ସେହି ମିଶ୍ରଣକୁ ମୁହଁରେ ଲଗାଇବା ଦ୍ୱାରା ଏହା ବ୍ରଣ ଜନିତ ଦାଗ ସମସ୍ୟାରୁ ଦୂର କରିବାରେ ସହାୟକ ହୁଏ । ଏଥିରେ ଘର ତିଆରି ଗୋଲାପ ଜଳ ବ୍ୟବହାର କଲେ ଅତ୍ୟନ୍ତ ଭଲ ।
-ବିଟ୍ ରସରେ ଆଲୋଭେରା ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ୍ ରଖି ଧୋଇବେ । ଏପରି କରିବା ଦ୍ୱାରା ତ୍ୱଚାରେ ଥିବା ମଇଳା ସଫା ହୋଇଥାଏ ।
-ବ୍ଲାକ୍ ହେଡ୍ସ୍ ସମସ୍ୟା ଥିଲେ,ବିଟ୍ ରସରେ ଚାଉଳ ଗୁଣ୍ଡ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବାକୁ ଛାଡିଦେବେ । ଶୁଖିଯିବା ପରେ ନଖ ଉଷୁମ୍ ପାଣିରେ ଧିରେଧିରେ ମୁହଁକୁ ଘଷି ଧୋଇବେ । ଏପରି କରିବା ଦ୍ୱାରା ବ୍ଲାକ୍ ହେଡ୍ସ୍ କ୍ଲିନ୍ ହୋଇଥାଏ ।
-ନିୟମିତ ସ୍ନାନ କରିବା ପୂର୍ବରୁ ଗୋଡ, ହାତ, ବେକ ଓ ମୁହଁରେ ବନ୍ଧାକୋବି ପତ୍ର ରସ ଓ ବିଟ୍ ରସ ମିଶାଇ ଲଗାଇବେ । କିଛି ସମୟ ପରେ ସ୍ନାନ କରିବେ । ଏହା ମଶ୍ଚରାଇଜର୍ ଭଳି କାମ କରିଥାଏ ।