ଏହି କଥାର ମାହାତ୍ମ୍ୟ ଅଛି। ମଣିଷ ଜୀବନରେ ଯେମିତି ଗୀତାର ମାହାତ୍ମ୍ୟ ଅଛି। ସେମିତି ପିତା ସ୍ବାଦ ସିନା କଟୁ ହୋଇଥାଏ। କିନ୍ତୁ ଏହା ଦେହ ପାଇଁ ଭାରି ହିତକାରୀ। କଲରା ହେଉଛି ଏକ ଏମିତି ପରିବା ଯାହାକୁ ପ୍ରାୟ ଲୋକେ ଖାଇବାକୁ ଜମା ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ଦେହ ପାଇଁ ଭାରି ହିତକାରୀ। ଏହାର ସ୍ବାଦ ଭାରି କଟୁ ସେଥିପାଇଁ ଲୋକେ ଖାଇବା ପୁର୍ବରୁ ମୁହଁ ବନାନ୍ତି। କିନ୍ତୁ ଆପଣ ବିଶ୍ବାସ କରିପାରିବେନି ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଆପଣ ଜାଣିଛନ୍ତି କଲରା ମୁହଁ ପାଇଁ ଯେତିକି ଭଲ ହେୟାର ପାଇଁ ମଧ୍ୟ ସେତିକି ଭଲ। ତେବେ ଆଜି ଚାଲନ୍ତୁ ଜାଣିବା କଲରାରେ କଣ ଉପକାରିତା ଗୁଣ ଲୁଚି ରହିଛି। ଆପଣ ଚାହିଁଲେ କଲରାରେ ବିଭିନ୍ନ ପ୍ରକାର ରେସିପି କରି ଖାଇପାରିବେ।
-କଲରାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି। ଏହି ପରିବା ଖାଇବା ଦ୍ବାରା ଏଥିରେ ଫ୍ରି-ରାଡିକଲ୍ସ ଆଣ୍ଟି ଏଜିଙ୍ଗର କାମ କରେ। କଲରା ଦ୍ବାରା ରିଙ୍କଲସ ମଧ୍ୟ କମ ହୋଇଥାଏ।
-କଲରା ଜୁସ ପିଇଲେ ଏହା ସୂର୍ଯ୍ୟଙ୍କର ହାନିକାରକ ୟୁଭି ରାଡିଏଶନରୁ ରକ୍ଷା କରିଥାଏ।
-ଯଦି ଆପଣଙ୍କ ହେୟାରରେ ଡାଣ୍ଡ୍ରଫ ସମସ୍ୟା ଦେଖାଦେଉଛି। ତେବେ ଆପଣ କଲରା ଜୁସ କରି ସ୍କାଲ୍ପରେ ଲଗାନ୍ତୁ। ଏହାକୁ ୨୦ ମିନିଟ ଶୁଖିବା ପାଇଁ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ହେୟାର ଓ୍ବାଶ କରନ୍ତୁ। ଏମିତି ସପ୍ତାହକୁ ଥରଟିଏ କରନ୍ତୁ। ଦେଖିବେ ଆପଣଙ୍କ ରୁପି ସମସ୍ୟା ଦୂର ହୋଇଯିବ।
-କଲରା ପ୍ରତିଦିନ ଖାଇବା ଦ୍ବାରା ହେୟାର ମୁଲାୟମ ହୋଇଥାଏ। ଏବଂ କେଶ ଧଳା ହେବାରୁ ମଧ୍ୟ ରକ୍ଷା କରିଥାଏ। କଲରା ଜୁସ ମାସକରେ ଥରଟେ କେଶ ମୂଳରେ ମସାଜ କରନ୍ତୁ। ଦେଖିବେ ଆପଣଙ୍କ ହେୟାର କିପରି ଗ୍ଲୋ କରିବ।
-କଲରା ଖାଇବା ଦ୍ବାରା ବିଭିନ୍ନ ପ୍ରକାର ସ୍କିନ ଇନଫେକ୍ସନରୁ ରକ୍ଷା କରିଥାଏ। ଏହା ଡାଇବେଟିସ ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ମଧୁମେହ ରୋଗୀ କଲରାକୁ ପ୍ରତିଦିନ ନିହାତି ଖାଇବା ଦରକାର। ଏହା ରକ୍ତରେ ଥିବା ଶର୍କରା ପରିମାଣକୁ ନିୟନ୍ତ୍ରଣ କରେ।
-ହେଲଦି ଡାଏଟରେ କଲରାକୁ ନିଶ୍ଚିତ ସାମିଲ କରନ୍ତୁ। ଦେଖିବେ ଏହାକୁ ସାମିଲ କରିବାଦ୍ବାରା ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ସହ ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା ପାଇ ପାରିବେ। ଏହାର ଜୁସ ନିତିଦିନ ପିଇଲେ ହେୟାର ଫଲ ମଧ୍ୟ କମିଥାଏ।
-କଲରା ଛୋଟପିଲାଙ୍କ ପାଇଁ ମଧ୍ୟ ବହୁ ଉପକାରୀ। ଛୋଟ ପିଲାଙ୍କର କୃମିଜାତୀୟ ରୋଗ ହେଲେ ମା’ ମାନେ କଲରା ପତ୍ରକୁ ଖାଇବାକୁ ଦେଇଥାନ୍ତି। ଏହାକୁ ଖାଇବା ଦ୍ବାରା କୃମି ଜୀତୀୟ ରୋଗ ସାଙ୍ଗେ ସାଙ୍ଗେ ଭଲ ହୋଇଯାଇଥାଏ।
ସ୍ୱାସ୍ଥ୍ୟ ଖବର ଆହୁରି ପଢନ୍ତୁ