ଅର୍ଗସ ବ୍ୟୁରୋ: ଦେଶରେ କୋରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ ଟିକା ନେବା ପାଇଁ ମଧ୍ୟ ସମସ୍ତଙ୍କୁ କୁହାଯାଇଛି । କୋଭିଡ-୧୯ ସଂକ୍ରମଣ ବିରୁଦ୍ଧରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ନେବାକୁ ଅନୁମତି ନେଇ କେନ୍ଦ୍ର ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଅନେକ ମହିଳା ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି ନାହିଁ ସେ ନେଇ ଚିନ୍ତା ବଢିଛି।
ସୋସିଆଲ ମିଡିଆ ପୋଷ୍ଟ ଦାବି କରିଛି ଯେ ମହିଳାମାନେ ସେମାନଙ୍କ ଋତୁସ୍ରାବର ଅବଧିର ପାଞ୍ଚ ଦିନ ପୂର୍ବରୁ କିମ୍ବା ପରେ ଟିକା ଗ୍ରହଣ କରିବା ଉଚିତ୍ ନୁହେଁ କାରଣ ଏହି ସମୟରେ ସେମାନଙ୍କର "ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ"।
ଏହି ଦାବିକୁ ଖଣ୍ଡନ କରି ସରକାର ଶନିବାର ଦିନ ଲୋକଙ୍କୁ ଗୁଜବ ପ୍ରଚାର ନକରିବାକୁ ଏବଂ ଟିକାକରଣ କରିବାକୁ ନିବେଦନ କରିଛନ୍ତି। ମିଥ୍ୟା ପ୍ରଚାର ଉପରେ ବିଶ୍ବାସ ନକରିବାକୁ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ପୋଷ୍ଟକୁ ଗ୍ରହଣ କରିବା ଉଚିତ୍ ନୁହେଁ। ଗୁଜବରେ ବିଶ୍ବାସ କରନ୍ତୁ ନାହିଁ! ୧୮ ବର୍ଷରୁ ଅଧିକ ବୟସ୍କମାନେ ମେ ୧ ପରଠୁ ଟିକାକରଣ କରିପାରେିବେ ବୋଲି ସରକାର କହିଛନ୍ତି।"
ଟିକାକରଣ ସହିତ ଋତୁସ୍ରାବର କୌଣସି ସମ୍ପର୍କ ନାହିଁ ବୋଲି ଡାକ୍ତର ଏବଂ କାର୍ୟ୍ୟକର୍ତ୍ତାମାନେ ମଧ୍ୟ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ସମସ୍ତେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏଭଳି ସ୍ଥିତିରେ ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।