-କ୍ରାନବେରୀ ପ୍ରଚୁର ମାତ୍ରାରେ ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ଫେସକୁ ନ୍ୟାଚୁରାଲି ଗ୍ଲୋ ଦେଇଥାଏ। ଏବଂ ଏଥିରେ ଥିବା ଭିଟାମିନ ସିର ମାତ୍ରା ଅଧିକ ବୟସ ହେଲେ ମଧ୍ୟ କମ ଦେଖାଯାଇଥାଏ।
-କ୍ରାନବେରୀ ଖାଇବା ଦ୍ବାରା ଆପଣ ସବୁବେଳେ ୟଙ୍ଗ ଦିଶିବେ। କାରଣ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି।
-ପ୍ରତିଦିନ ସକାଳେ ଆପଣ କିଛି କ୍ରାନବେରୀ ଖାଆନ୍ତୁ। ଏହା ଆପଣଙ୍କୁ ହେଲଦି ରଖିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହେବ। ଯଦି ଆପଣଙ୍କୁ କ୍ରାନବେରୀ ମିଳୁନି ତେବେ ଏହାର ଜୁସ ମାର୍କେଟରେ ସହଜରେ ଆପଣଙ୍କୁ ମିଳିପାରିବ।
-ଆପଣ ଯଦି ଖରାରେ ବହୁ ବୁଲାବୁଲି କରିଛନ୍ତି। ଯଦି ଆପଣଙ୍କ ସ୍କିନରେ ଟାନିଂ ହୋଇଯାଇଛି। ତେବେ କ୍ରାନବେରୀ ଜୁସ ଭାରି ଉପକାରୀ। ଏହାକୁ ଅଧିକ ମାତ୍ରାରେ ଖାଇଲେ ଟାନିଂ ଦୂର ହୋଇଯାଇଥାଏ। ଏହାସହ ସ୍କିନରେ ଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଚେହେରାରେ ଏକ ପ୍ରକାର ଔଜଲ୍ୟ ଦିଶେ।
କ୍ରାନବେରୀ ମାସ୍କ ପ୍ରଣାଳୀ:
୧୦ରୁ ୧୨ କ୍ରାନବେରୀ ଫ୍ରୁଟକୁ ନେଇ ପ୍ରଥମେ ଭଲ ସେ ସଫା କରି ଦିଅନ୍ତୁ। ଏହାପରେ ଏକ ବ୍ଲେଣ୍ଡରରେ କ୍ରାନବେରୀ ଗୁଡ଼ିକୁ ନେଇ ଦୁଇ ଚାଚ ମହୁ ଦେଇ ଗ୍ରାଇଣ୍ଡ କରି ନିଅନ୍ତୁ। ପରେ ପେଷ୍ଟକୁ କାଢ଼ି ଏଥିରେ ଭିଟାମିନ ଇ ଅଏଲ କ୍ୟାପସୁଲ ଗୋଟିଏ ପକାନ୍ତୁ। ଏହି ପେଷ୍ଟକୁ କିଛି ସମୟ ଫ୍ରିଜରରେ ରଖି । ତା’ ପରେ କାଢ଼ି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ। ୧୦ ମିନିଟ ରଖି ମୁହଁ ଭଲ ଭାବେ ଶୁଖିଗଲା ପରେ। ହାଲକା ପାଣି ନେଇ ୧୦ ମିନିଟ ମସାଜ କରନ୍ତୁ। ଦେଖିବେ ଡେଡ ସ୍କିନ ସବୁ ବାହାରି ଆସିବ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ମୁହଁ କେମିତି ଚମକୁଛି।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।