ଅର୍ଗସ୍ ବ୍ୟୁରୋ : ଖରା,ବର୍ଷା ହେଉ ବା ଶୀତ । ଅନେକ୍ ବ୍ୟକ୍ତି ଏମିତି ଅଛନ୍ତି , ଯେଉଁମାନଙ୍କର ସବୁଦିନ ତ୍ୱଚା ଶୁଷ୍କ ଥିବା ଦେଖିବାକୁ ମିଳେ । ଯାହା ସବୁବେଳେ ତାଙ୍କ ଚିନ୍ତାର କାରଣ ସାଜିଥାଏ । ତେଣୁ ସବୁବେଳେ ସେମାନେ ନିଜ ତ୍ୱଚାର ବିଶେଷ ଧ୍ୟାନ ଦେବା ଉଚିତ୍ । ତେବେ ଶୁଷ୍କ ତ୍ୱଚା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ସ୍କ୍ରବ୍ ବିଷୟରେ ।
-ନଡିଆ ଏବଂ କଫି ଶୁଷ୍କ ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏହି ଦୁଇଟି ସାମଗ୍ରୀକୁ ଏକାଠି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହାପରେ ତ୍ୱଚାକୁ ଭଲଭାବେ ଧୋଇ ଏହି ମିଶ୍ରଣକୁ ନେଇ ତ୍ୱଚାରେ ଲଗାଇ, ଧିରେଧିରେ ୧୦ ରୁ ୧୫ ମିନିଟ ଯାଏଁ ମସାଜ୍ କରିବେ । ଏହାପରେ ଥଣ୍ଡା ପାଣିରେ ତ୍ୱଚାକୁ ଧୋଇବେ । ଏପରି ସପ୍ତାହକୁ ୩ ରୁ ୪ ଥର କରିବା ଫଳରେ, ଦେଖିବେ ତ୍ୱଚା ଧିରେଧିରେ କମୋଳ ଏବଂ ନରମ ଲାଗିବ । ଏପରି କରିବା ଦ୍ୱାରା, ତ୍ୱଚାରେ ଥିବା ମୃତ କୋଷିକା ବାହାରି ଯିବା ସହିତ ତ୍ୱଚାରେ ଚମକ ଆସିବ ।
ଏହି ସ୍କ୍ରବ୍ କେବଳ ତ୍ୱଚାରେ ନୁହେଁ ହାତ, ଗୋଡରେ ମଧ୍ୟ ବ୍ୟବହାର କରିପାରିବେ ।