-ହାତ ଧୋଇବା ସମୟରେ ନଖକୁ ମଧ୍ୟ ଭଲଭାବେ ସଫା କରିବା ଆବଶ୍ୟକ ।
- ଲମ୍ବା ନଖ ରଖିଥିଲେ , ଏହାକୁ ମଝିରେ ମଝିରେ କାଟି ସାଇଜ୍ କରିବା ଉଚିତ୍ । ଯାହା ଦ୍ୱାରା ନଖ ଅଧିକ ଭାଙ୍ଗି ନଥାଏ ଏବଂ ନଖ ସୁନ୍ଦର ଦେଖା ଯାଇଥାଏ ।
-ରାତିରେ ଶୋଇବା ପୂର୍ବରୁ ଅଲିଭ୍ ଅଏଲରେ ଭିଟାମିନ୍’ଇ’ କ୍ୟାପସୁଲ ମିଶାଇ ,ନଖରେ ମାଲିସ୍ କରିବେ । ଏପରି କରିବା ଦ୍ୱାରା, ନଖ ଜଲଦୀ ଜଲଦୀ ବଢିବା ସହିତ ,ନଖ ଭାଙ୍ଗି ନଥାଏ । କେବଳ ଏତିକି ନୁହେଁ, ଏହା ଦ୍ୱାରା ନଖରେ ଚମକ ମଧ୍ୟ ଆସିଥାଏ ।
-ନେଲପଲିସ୍ ରିମୁଭ କରିବା ସମୟରେ ସବୁବେଳେ, ନେଲ ରିମୁଭର ବ୍ୟବହାର କରିବା ଆବଶ୍ୟକ । ଯାହା ଦ୍ୱାରା ନଖ ଖରାପ୍ ହୋଇ ନଥାଏ ।
-ମାସରେ ଦୁଇ ଥର ମେନିକିଓର ଏବଂ ପେଡିକିଓର କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।
-ନଖକୁ ମଜବୁତ୍ କରିବା ପାଇଁ ଏକ ପାତ୍ରରେ ପାଣି ନେଇ, ସେଥିରେ ଅଳ୍ପ ଲୁଣ ପକାଇ ନଖକୁ ୧୦ ରୁ ୧୫ ମିନିଟ ଯାଏ ବୁଡାଇ ରଖିବେ । ଏପରି କରିବା ଦ୍ୱାରା,ନଖ ମଜବୁତ୍ ହୋଇଥାଏ ।
-ନଖ ହଳଦିଆ ପଡିଥିଲେ, ଲେମ୍ବୁ ଚୋପାରେ ନଖକୁ ଘଷିବା ଦ୍ୱାରା, ନଖରେ ଚମକ ଆସିଥାଏ ।