ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଥାଏ। ଏହାକୁ ନଖାଇବା ପାଇଁ ଇଚ୍ଛା ନଥିଲେ ବି ମନ ହୁଏ। ତେଣୁ ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଠିକ ସେହିପରି ଚିନି। ଅଧିକ ଚିନି ଗ୍ରହଣ ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଏହାକୁ ନଖାିବା ଦେହ ପାଇଁ ଖୁବ ଭଲ ହୋଇଥାଏ।
ଚେହେରାର ଚମକ ବଢାଇବାକୁ ଚାହୁଁଥିଲେ ନିଜ ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ଏବଂ ଖୁବ କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ତେବେ ଯାଇ ଆପଣଙ୍କ ମୁହଁ ସୁନ୍ଦର ଦେଖାଯିବା ସହ ଚିକଣ ରହିବ।