ଥଣ୍ଡା ପାଣି –
ପ୍ରତିଦିନ ସକାଳୁ ଉଠିବା ପରେ ସର୍ବପ୍ରଥମେ ମୁହଁକୁ ଥଣ୍ଡା ପାଣିରେ ଧୋଇବା ଉଚିତ୍ । ଯାହାଦ୍ୱାରା ରାତି ସାରା ତ୍ୱଚାରେ ଥିବା ଡେଡ୍ ସ୍କିନ ସହଜରେ ବାହାରି ଯିବ ।
କ୍ଲିଞ୍ଜର୍ -
ଯଦି ରାତିରେ ନାଇଟ୍ କ୍ରୀମ୍ ଲଗାଇ ଶୋଉଥାନ୍ତି, ତେବେ ସକାଳ ସୁଦ୍ଧା ତ୍ୱଚା ଉପରେ ଏକ ମଇଳା ସ୍ତର ଜମା ହୋଇଯାଏ । ତେଣୁ ସକାଳେ ଉଠିବା ପରେ ମୁହଁକୁ ହାଲ୍କା ଫେସ୍ ୱାଶ କରିବା ଆବଶ୍ୟକ । ଯଦି ତେଲିଆ ତ୍ୱଚା ହୋଇଥାଏ ତେବେ ଏକ୍ସଫୋଲିଏଟିଙ୍ଗ୍ ଫେସ୍ ୱାଶ୍ ବ୍ୟବହାର କରିବା ଆବଶ୍ୟକ । ଯଦି ସାଧାରଣ ତ୍ୱଚା ହୋଇଥାଏ ତେବେ ନିଜ ବ୍ୟବହୃତ ଫେସ୍ ୱାଶ୍ ବ୍ୟବହାର କରିବା ଉଚିତ୍ ।
ଟୋନର୍ –
ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ମେକଅପ୍ ରୁଟିନରେ ଟୋନର ବ୍ୟବହାର କରି ନଥାନ୍ତି । ଭଲ କ୍ୱାଲିଟିର ଟୋନର୍ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ତ୍ୱଚାରେ ଥିବା ଡେଡ୍ ସ୍କିନକୁ ବାହାର କରି ମୁହଁରେ ଉଜ୍ଜଳତା ଆଣିବାରେ ସାହାଯ୍ୟ କରେ ।
ସେରମ୍ –
ଏକ ଭଲ ସେରମ୍ ସବୁବେଳେ ତ୍ୱଚାକୁ ସତେଜ୍ ରଖିବାରେ ସାହାଯ୍ୟ କରେ । ଭିଟାମିନ୍ ‘ସି ‘ଏବଂ’ ଇ’ରେ ଭରପୁର ଥିବା ସେରମ୍ ତ୍ୱଚା ପାଇଁ ବେଶ ଉପକାରୀ । ଏହା ତ୍ୱଚାକୁ ମଜବୁତ୍ ରଖେ ।
ତ୍ୱଚାରେ ମଶ୍ଚରାଇଜର୍ ବ୍ୟବହାର କରିବା ପୂର୍ବରୁ କିଛି ବୁନ୍ଦା ସେରମ ଲଗାଇଲେ ତ୍ୱଚା ଚମକପ୍ରଦ ହୋଇଥାଏ । ସେରମ ଲଗାଇ ହାଲକା ମସାଜ୍ କରିବା ଦ୍ୱାରା ତ୍ୱଚାରେ ଏକ ନୂଆ ଚମକ ଆସେ ।