ଏକା ବି ଖୁସିରେ ରହିହୁଏ । ଜୀବନକୁ ଅନୁଭବ କରି ହୁଏ । ହେଲେ ଆପଣ ଭାବୁଥିବେ କେମିତି ସମ୍ଭବ । ହିଁ ସମ୍ଭବ ଏବଂ ଅତି ସହଜ । ନିଜକୁ ମାନସିକ ଶାନ୍ତି ଦେବା ପାଇଁ ଆପଣ କିଛି ଦିନ ପାଇଁ ଭଲ ସ୍ଥାନ ବୁଲିବାକୁ ଯାଇ ପାରିବେ । ଯାହା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଏହା ସହ ଆପଣ ନିଜକୁ କାହା ସହ ତୁଳନା କରିବା ବନ୍ଦ କରନ୍ତୁ । ଏହା ହିଁ ଆଜିକା ଦିନରେ ମାନସିକ ବିଷାଦର ପ୍ରମୁଖ କାରଣ। ଆପଣଙ୍କୁ ବୁଝିବାକୁ ହେବ ସମସ୍ତେ ଭିନ୍ନ ଭିନ୍ନ । ସମସ୍ତଙ୍କ ଜୀବନ ଶୈଳୀ ମଧ୍ୟ ଅଲଗା ଅଲଗା । ତେଣୁ କାହାର ସାମାଜିକ ଜୀବନକୁ ଦେଖୀ ହତାସ ହୁଅନ୍ତୁ ନାହିଁ ।
ଏହିପରି ସ୍ଥିତିରେ ଯଥା ସମ୍ଭବ ସୋସିଆଲ ମିଡ଼ିଆଠାରୁ ଦୂରେଇ ରୁହନ୍ତୁ । ଅଯଥା ଅନ୍ୟମାନଙ୍କ ସାମାଜିକ ଜୀବନକୁ ଦେଖି କଷ୍ଟ ପାଇଁବାଠାରୁ ନିଜକୁ ନିବୃତ୍ତ ରୁହନ୍ତୁ । ବଂର ଆପଣ ନିଜକୁ ନିଜ ପସନ୍ଦକୁ ବୁଝିବାକୁ ଚେଷ୍ଟା କରନ୍ତୁ । କେଉଁ କାମ କରିଲେ ଆପଣ ଆନନ୍ଦ ପାଉଛନ୍ତି । ଆପଣଙ୍କ ରୁଚି କଣ ଜାଣିବାକୁ ଚେଷ୍ଟା କରନ୍ତୁ । ଆପଣ ଚାହିଁଲେ ଭଲ ବହି ପଢିପାରିବେ କିମ୍ବା ଗୀତ ଶୁଣି ପାରିବେ । ଏହା ଆପଣଙ୍କୁ ଖୁସି ହେବାରେ ସହଯୋଗ କରିବ । ବେଳେବେଳେ ନିଜ ସହ ନିଜେ କଥା ହୁଅନ୍ତୁ । ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ମାନସିକ ଶାନ୍ତି ଅନୁଭବ କରିବେ । ଏହା ପରେ ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଏକା ଅଛନ୍ତି ନା ସମସ୍ତେ ଥାଇ ମଧ୍ୟ ଏକା ଅନୁଭବ କରୁଛନ୍ତି । ଯଦି ଏକା ଅଛନ୍ତି ତେବେ ଅନ୍ୟମାନଙ୍କ ସହ ବନ୍ଧୁତା କରନ୍ତୁ । ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଖୁସି ହୁଅନ୍ତୁ । ଯଦି ସମସ୍ତେ ଥାଇ ମଧ୍ୟ ଏକା ଅନୁଭବ କରୁଛନ୍ତି ତେବେ ଥିରେ ଥିରେ ନିଜ ମନ କଥା ନିଜ ନିକଟତର ବନ୍ଧୁଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତୁ । ଏହି ନିଜକୁ ଏକା ଅନୁଭବ କରିବାର ଭାବନାରୁ ନିଜକୁ ବାହାର କରିବା ପାଇଁ ଅନ୍ୟମାନଙ୍କ ସହଯୋଗ ନିଅନ୍ତୁ । ନିଜ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ ଏବଂ ଆଗକୁ ବଢନ୍ତୁ ।