ଅର୍ଗସ୍ ବ୍ୟୁରୋ : ଆଜିକାଲି ବଦଳୁଥିବା ପାଣିପାଗ,ବାୟୁ ପ୍ରଦୂଷଣ କାରଣରୁ ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ଯାହା ଫଳରେ ତ୍ୱଚାର ସୁନ୍ଦରତା କମିବାରେ ଲାଗୁଛି । ଏଥିପାଇଁ ଅନେକ୍ ଲୋକ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ଆଣି ତ୍ୱଚାରେ ବ୍ୟବହାର କରୁଛନ୍ତି । ଯାହା ଫଳରେ ବେଳେବେଳେ ତାର ସାଇଡ ଇଫେକ୍ଟ ମଧ୍ୟ ତ୍ୱଚାରେ ପଡୁଥିବା ଦେଖିବାକୁ ମିଳେ । ତେବେ ତ୍ୱଚାରେ ସବୁବେଳେ ଘରୋଇ ପ୍ରଡକ୍ଟ ବ୍ୟବହାର କରି ,ତ୍ୱଚାର ଚମକ ଆଣିବା ଉଚିତ୍ । ତେବେ ତ୍ୱଚାରେ ଚମକ ଆଣିବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ସମ୍ପର୍କରେ ।
-କଂଚା ଆଳୁ ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । କଂଚା ଆଳୁକୁ ଗ୍ରାଇଣ୍ଡିଂ କରି ସେହି ପେଷ୍ଟକୁ ତ୍ୱଚାରେ ଲଗାଇ ଧିରେଧିରେ ମସାଜ୍ କରିବେ । ଏହାପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ପରିସ୍କାର କରିବେ । ଏହାପରେ ପରଦିନ ତ୍ୱଚାରେ କଂଚା କ୍ଷୀର ଲଗାଇ ଧିରେ ଥିରେ ମସାଜ୍ କରି ମୁହଁ ଧୋଇବେ । ଏପରି କିଛି ଦିନ କରିବା ପରେ ତ୍ୱଚାରେ ପଡିଥିବା କଳାଦାଗ ଧିରେଧିରେ ଦୂର ହେବା ସହିତ ତ୍ୱଚାରେ ଚମକ ଆସେ ।
-ନଡିଆ ପାଣି ମଧ୍ୟ ତ୍ୱଚା ପାଇଁ ବେଶ ଉପକାରୀ । ନଡିଆ ପାଣିରେ ମହୁ ମିଶାଇ ସେହି ପାଣିକୁ ଆଇସ୍ କେସ୍ରେ ରଖିବେ । ଏହା ବରଫ ହେବା ପରେ ତାକୁ ଆଣି ତ୍ୱଚାରେ ୧୦ରୁ ୧୫ ମିନିଟ୍ ଯାଏଁ ମସାଜ୍ କରିବେ । ଏହା କରିବା ପରେ ଫଳାଫଳ ନିଜେ ଅନୁଭବ କରି ପାରିବେ ।