ଅର୍ଗସ୍ ବ୍ୟୁରୋ : ସାଧାରଣତଃ ପାଉଁରୁଟି କିଣି ଆଣିବା ପରେ, ୨-୩ ଦିନରୁ ଅଧିକ ଦିନ ରଖିବା ପରେ, ଏହା ଖରାପ୍ ହୋଇ ଯାଇଥାଏ । ଏକ୍ସପ୍ୟାରୀ ଡେଟ୍ ପ୍ୟାକେଟ ଉପରେ ଲେଖାଯାଇଥିବା ଧ୍ୟାର୍ଯ୍ୟ ଦିନ ପୂର୍ବରୁ , ପାଉଁରୁଟି ଖରାପ୍ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ପାଉଁରୁଟିକୁ ଅଧିକ ଦିନ ସତେଜ୍ ରଖିବାର ଉପାୟ ବିଷୟରେ ।
-ସବୁବେଳେ ପାଉଁରୁଟି ଖାଇବା ପରେ, ବଳି ଯାଉଥିବା ପାଉଁରୁଟିକୁ ପ୍ୟାକେଟରେ ନରଖି, ସବୁବେଳେ ଧଳା କାଗଜ କିମ୍ବା ମାର୍କେଟରେ ମିଳୁଥିବା କିଚେନ୍ ଟିସୁରେ ଗୁଡାଇ ଫ୍ରିଜ୍ରେ ରଖିବେ । ଏପରି ରଖିବା ଦ୍ୱାରା, ତାହା ୪ ରୁ ୫ ଦିନ ଯାଏଁ ସତେଜ୍ ରହିଥାଏ ।
-ମାର୍କେଟରେ ମିଳୁଥିବା ବ୍ରେଡ୍ ବକ୍ସ ଆଣି ସେଥିରେ ପାଉଁରୁଟି ରଖି, ଫ୍ରିଜ୍ରେ ରଖିବା ଦ୍ୱାରା ମଧ୍ୟ ଏହା ସତେଜ୍ ରହିଥାଏ ।
-ବଳି ଯାଉଥିବା ପାଉଁରୁଟିକୁ ଡିପ୍ ଫ୍ରିଜରେ ରଖି, ଆରାମରେ ୩ ରୁ ୪ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଏପରି ରଖିବା ଫଳରେ ଏହା ଫ୍ରେସ୍ ରହିଥାଏ ।
କିନ୍ତୁ ସବୁବେଳେ ମନେ ରଖିବେ ଯେ, ପାଉଁରୁଟିକୁ ଫ୍ରିଜରେ ରଖିବା ପରେ, ଖାଇବାର ୨ ଘଂଟା ପୂର୍ବରୁ ଏହାକୁ ବାହାରକୁ କାଢି ତାୱାରେ ସେକି ଏହାକୁ ଖାଇବେ ।