-ଶୁଷ୍କ ତ୍ୱଚା ହୋଇଥିଲେ ଅଙ୍ଗୁରରେ ଅଳ୍ପ ମହୁ ମିଶାଇ ଗ୍ରାଇଣ୍ଡିଂ କରି, ତ୍ୱଚାରେ ଲଗାଇ ରଖିବେ । ୨୦ ରୁ ୨୫ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଠିକ୍ ସେହିପରି ତେଲିଆ ତ୍ୱଚା ହୋଇଥିଲେ, ଅଙ୍ଗୁରରେ ଗାଜର ମିଶାଇ ଗ୍ରାଇଣ୍ଡିଂ କରି ତ୍ୱଚାରେ ଲଗାଇ, ୧୫ ରୁ ୨୦ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ସପ୍ତାହକୁ ୨ ରୁ ୩ ଥର ଏପରି କରିବା ଦ୍ୱାରା, ତ୍ୱଚାରେ ଚମକ ଆସିଥାଏ ।
-କଳା କିମ୍ବା ସବୁଜ ଅଙ୍ଗୁରକୁ ଗ୍ରାଇଣ୍ଡିଂ କରି , ସେଥିରେ ଗୋଲାପ ଜଳ ମିଶାଇ , ତ୍ୱଚାରେ ଲଗାଇବେ । ୧୫ ରୁ ୨୦ ମିନିଟ ପରେ ତ୍ୱଚା ଧୋଇବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ପରେ, ଫଳାଫଳ ନିଜେ ଅନୁଭବ କରି ପାରିବେ ।