-ଶୁଷ୍କ ତ୍ୱଚା ହୋଇଥିଲେ, ମହୁରେ ଗ୍ରୀନ୍-ଟିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ହେଲେ ମନେ ରଖିବେ, ଏହି ପେଷ୍ଟ ମୁହଁରେ ବ୍ୟବହାର କରିବେ ନାହିଁ । ଏହା କେବଳ ବେକ,ପିଠି ଆଦିରେ ବ୍ୟବହାର କରିବେ ।
-ହଳଦୀ ଗୁଣ୍ଡରେ ଗ୍ରୀନ୍-ଟି ଏବଂ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହାପରେ ଚେହେରାକୁ ପ୍ରଥମେ ପରିଷ୍କାର କରି ଧୋଇବେ । ଏହାପରେ ଏହି ପ୍ୟାକକୁ ନେଇ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ତୁଳାରେ ଗୋଲାପ ଜଳ ନେଇ ତା ଉପରେ ଲଗାଇବେ । କିଛି ସମୟ ପରେ ତ୍ୱଚାକୁ ଧିରେଧିରେ ମସାଜ୍ କରି ଧୋଇବେ । ଏପରି କରିବା ଦ୍ୱାରା, ଧିରେଧିରେ ବ୍ରଣ ସମସ୍ୟା ଦୂର ହୋଇଥାଏ ।
-କମଳା ଚୋପା ଗୁଣ୍ଡ,ମହୁ,ଗ୍ରୀନ-ଟି ଏବଂ ସେଥିରେ ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ପେଷ୍ଟକୁ ନେଇ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ଏହାକୁ ମସାଜ୍ କରି ଧୋଇବେ । ଏପରି କରିବା ଦ୍ୱାରା, ତ୍ୱଚା ନରମ ଏବଂ ମୁଲାୟମ୍ ହୋଇଥାଏ ।