-ନଡିଆ କ୍ଷୀରରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇବେ । ତାପରେ ଏହାକୁ ଫ୍ରିଜରେ ରାତି ସାରା ରଖିବେ । କେଶରେ ଲଗାଇବା ପୂର୍ବରୁ ଏହାକୁ ଫ୍ରିଜରୁ କାଢି ରଖିବେ । ତାପରେ ପ୍ରଥମେ କେଶକୁ ଧୋଇ,କେଶକୁ ଶୁଖିବାକୁ ଛାଡିବେ । ତାପରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ହାତରେ ନେଇ, କେଶ ମୂଳ ଏବଂ କେଶରେ ଲଗାଇବେ । ତାପରେ ଉଷୁମ ପାଣିରେ ଟାଓ୍ବେଲ ଭିଜାଇ ମୁଣ୍ଡରେ ଗୁଡାଇ ୪୫ ମିନିଟରୁ ୧ ଘଂଟା ଯାଏଁ ରଖିବେ । ତାପରେ ଥଣ୍ଡା ପାଣିରେ କେଶକୁ ଧୋଇବେ । ଶାମ୍ପୁ ,କଣ୍ଡିସନର ମଧ୍ୟ ବ୍ୟବହାର କରି ପାରିବେ । ସପ୍ତାହରେ ୨ ରୁ ୩ ଥର ଏହା କରିବା ପରେ, ଫଳାଫଳ ଅନୁଭବ କରି ପାରିବେ ।

ଅର୍ଗସ୍ ବ୍ୟୁରୋ : ଆଜିକାଲି ପ୍ରାୟ ସମସ୍ତଙ୍କର ପସନ୍ଦ ଘନ,ସୁନ୍ଦର ,ସିଧା କେଶ । ଯେଉଁଥିପାଇଁ ଏବେ ହେୟାର ଷ୍ଟ୍ରେଟନିଂ ଏକ ଫ୍ୟାଶନରେ ପରିଣତ ହୋଇ ଗଲାଣି । ଆଉ ଏହି ହେୟାର ଷ୍ଟ୍ରେଟନିଂ ପାଇଁ ପାର୍ଲର ଯାଇ ଏହା କରିବାକୁ ପଡେ । କେବଳ ଏତିକି ରେ କଥା ସରେନି ଆଜ୍ଞା । ଅସଲ କଥାଟି ରହିଛି ଏହାପରେ । କାହିଁକି ନାଁ, ହେୟାର ଷ୍ଟ୍ରେଟନିଂ କରିବା ପରେ, ପ୍ରତି ମାସରେ ପାର୍ଲର ଯାଇ ଏହାର ଯତ୍ନ ନେବାକୁ ପଡିଥାଏ । ଆଉ ଏହା କରିବା ପାଇଁ ବେଶ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡେ । ଅନ୍ୟପଟେ ହେୟାର ଷ୍ଟ୍ରେଟନିଂ କରିବା ପରେ, ଏହା ଖୁବ୍ ଆକର୍ଷଣୀୟ ଲାଗିଥାଏ । କିନ୍ତୁ ଏହାର ଉଚିତ୍ ଯତ୍ନ ନନେଲେ, ଧିରେ ଧିରେ କେଶ ନଷ୍ଟ ହେବା ଆରମ୍ଭ ହୋଇଥାଏ । ଯାହା ଫଳରେ କେଶର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେଣୁ କେଶ ହେଉ ବା ତ୍ବଚା, ସବୁବେଳେ ଏସବୁ ପାଇଁ ଘରୋଇ ଉପଚାର ହିଁ ଉପଯୁକ୍ତ ହୋଇଥାଏ । ଠିକ୍ ସେହିପରି କେଶକୁ ସିଧା କରିବା କରିବା ପାଇଁ ମଧ୍ୟ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।
