-ଏକ ପାତ୍ରରେ ଟମାଟୋ ରସ,ଲେମ୍ବୁ ରସ,ଇନୋ ପକାଇ ଭଲଭାବେ ମିକ୍ସ କରି ,ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ହାତ,ଗୋଡରେ ଲଗାଇବେ । ଏହା ଶୁଖିଯିବା ପରେ, ତ୍ୱଚାକୁ ଧୋଇ ସଫା କରିବେ । ପ୍ରତିଦିନ ବାହାରୁ ବୁଲାବୁଲି କରି ଆସିବା ପରେ, ତ୍ୱଚାରେ ଏହି ପ୍ୟାକ୍ ବ୍ୟବହାର କରିବେ । ଏହି ଉପାୟ ଆପଣାଇବା ଦ୍ୱାରା, ଧିରେଧିରେ ଏହି ସମସ୍ୟା ଦୂର ହୋଇଥାଏ । ଏହା ସହିତ ତ୍ୱଚାରେ ଚମକ ଆସିଥାଏ । ହେଲେ ମନେ ରଖିବେ, ଏହି ପ୍ୟାକକୁ ମୁହଁରେ ବ୍ୟବହାର କରିବେ ନାହିଁ । ଏହା କେବଳ ହାତ,ଗୋଡ,ପିଠି,ବେକ ଇଦ୍ୟାଦି ସ୍ଥାନରେ ବ୍ୟବହାର କରି ପାରିବେ ।