-ଯକୃତକୁ ସୁସ୍ଥ ରଖିବାକୁ ପାଚିଲା ଅମୃତଭଣ୍ଡା ବେଶ ଫଳପ୍ରଦ। ଯକୃତ ରୋଗୀଙ୍କୁ ଡାଏଟରେ ପାଚିଲା ଅମୃତଭଣ୍ଡା ନିଶ୍ଚିତ ସାମିଲ କରିବା ଦରକାର।
-ଆମଲା ବା ଅଁଳା ଯକୃତ ପାଇଁ ବେଶ ଉପାଦେୟ। ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି। ଯାହା ପାଚନ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ।
-ଯକୃତକୁ ସୁସ୍ଥ ରଖିବାରେ ରସୁଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରସୁଣରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ । ଏହା ଯକୃତକୁ ଡିଟକ୍ସାଇଫ୍ କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ ।
-ସାଲାଡରେ ଖାଉଥିବା ଗାଜର ଏବଂ ଅନ୍ୟାନ ସତେଜ୍ ପରିବା ବା ଫଳ ଆମ ଯକୃତ ପାଇଁ ଅତ୍ୟନ୍ତ ଲାଭଦାୟକ ।ଗାଜରରେ ଭିଟାମିନ୍ ଏ ରହିଥାଏ। ଏହା ବ୍ୟତୀତ ଗାଜର ଫ୍ଲାଭୋନାଏଡ ଏବଂ ବିଟା-କାରୋଟିନର ଗୁଣରେ ଭରପୂର ଅଟେ । ଏହି ସବୁ ଜିନିଷ ଯକୃତକୁ ସୁସ୍ଥ ରଖେ ।
-ତରଭୁଜ ଗ୍ରୀଷ୍ମ ସମୟରେ ଅଧିକାଂଶ ଲୋକ ଖାଇଥା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା ଆମ ଯକୃତ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏହା ଡାଇୟୁରେଟିକ୍ ଅଟେ। ଯକୃତକୁ ଡିଟକ୍ସାଇଫ କରିଥାଏ ଏବଂ ଏହାର କାର୍ଯ୍ୟ କ୍ଷମତାକୁ ଉନ୍ନତ କରେ।
-ଯକୃତକୁ ସୁସ୍ଥ ରଖିବା ପାଇଁ ଆପଣ ଦୈନନ୍ଦିନ ଖାଦ୍ୟରେ ଅଙ୍ଗୁର ମଧ୍ୟ ସାମିଲ୍ କରିପାରିବେ । ଅଙ୍ଗୁରରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ।
-ଯକୃତ କାର୍ଯ୍ୟକୁ ସହଯୋଗ କରିବା ପାଇଁ ଆପଣ ଖାଉଥିବା ଏକ ସୁସ୍ଥ ପାନୀୟ ମଧ୍ୟରୁ ଗୋଟିଏ ହେଉଛି କଫି। ଯକୃତ ରୋଗ ପାଇଁ କଫି ବ୍ୟବହାରରେ ଲାଭଦାୟକ ହୋଇଥାଏ । ଏହା ମଧ୍ୟ ଏକ ପ୍ରକାରର ଲିଭର କ୍ୟାନସର ହେବାର ସମ୍ଭାବନା ବହୁତ କମ ଥାଏ।