ଅର୍ଗସ୍ ବ୍ୟୁରୋ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ହେଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚଳଚଞ୍ଚନ ନାହିଁ ହୋଲିର ମାହୋଲ । କରୋନା ମହାମାରୀକୁ ଦୃଷ୍ଟିରେ ରଖି, ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ହୋଲି ସେଲିବ୍ରେଟ କରୁଛନ୍ତି । ପ୍ରତିବର୍ଷ ଏହି ଦିନକୁ ଚାହିଁ ବସିଥାନ୍ତି ସମସ୍ତେ । ହେଲେ ଆପଣମାନେ ଜାଣନ୍ତି କି, ବେଳେବେଳେ ଏହି ରଙ୍ଗ ଖେଳ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ । ତେଣୁ ରଙ୍ଗଖେଳ ସମୟରେ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ରଙ୍ଗ ଖେଳିବା ସମୟରେ ଅର୍ଗାନିକ୍ ଅବିର,ଫଗୁ,ପ୍ରାକୃତିକ ରଙ୍ଗ ଆଦି ବ୍ୟବହାର କରିବା ଉଚିତ୍ । ରଙ୍ଗ ଖେଳିବା ପୂର୍ବରୁ କେଶ ଏବଂ ତ୍ୱଚାରେ ତେଲ ଲଗାଇବା ଉଚିତ୍ । ଏହାସହିତ ମାସ୍କ,ସନ୍ଗ୍ଲାସ୍ ପିନ୍ଧିବା ଆବଶ୍ୟକ । ଯାହାକି କେମିକାଲ ଯୁକ୍ତ ରଙ୍ଗ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । କଣ୍ଟାକ୍ଟ ଳେନ୍ସ ବ୍ୟବହାର କରୁଥିଲେ ,ରଙ୍ଗ ଖେଳିବା ସମୟରେ ଏହାର ବାହାର କରି ଦିଅନ୍ତୁ ।
-ବେଳେବେଳେ ରଙ୍ଗ ଆଖି ସଂସ୍ପର୍ଶରେ ଆସିବା ଦ୍ୱାରା, କେମିକାଲ ଇଞ୍ଜୁରି ହୋଇଥାଏ । ଯାହା ଫଳରେ ଆଲର୍ଜି ହୋଇ କୁଣ୍ଡେଇ ହୋଇଥାଏ । ଏହା ସହିତ ଘା ଏବଂ ଲେଞ୍ଜରା ହେବାର ଭୟ ମଧ୍ୟ ରହିଥାଏ । ଖରାକୁ ଚାହିଁବା ଦ୍ୱାରା କଷ୍ଟ ହେବା ସହିତ ଆଖି ଫୁଲିଯାଏ ।
-ରଙ୍ଗ ଖେଳିବା ପରେ ଯଦି ଆଖିରେ କଷ୍ଟ ଅନୁଭବ ହୋଇଥାଏ , ତେବେ ସଙ୍ଗେସଙ୍ଗେ ସଫା ପାଣିରେ ଆଖିକୁ ଧୋଇ , ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।