-ବେସନରେ ଦହି ମିଶାଇ ଆଖିତଳ କଳା ପଡିଥିବା ସ୍ଥାନରେ ଲଗାଇ , ୫ ରୁ ୧୦ ମିନିଟ ରଖିବା ପରେ ଧୋଇବେ । ପ୍ରତିଦିନ ଏହା କରିବା ଦ୍ବାରା, ଧିରେଧିରେ କଳା ଦାଗ ଦୂର ହୋଇଥାଏ ।
-ଖରାରୁ ଆସିବା ପରେ, ତୁରନ୍ତ ଆଖିତଳେ ବରଫ ଘଷିବା ଦ୍ବାରା, କଳାଦାଗ ଦୂର ହୋଇଥାଏ ।
-ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ ।
-ପୁଦିନା ପତ୍ର ପେଷ୍ଟରେ, ଟମାଟୋ ରସ ଏବଂ ଲେମ୍ବୁ ରସ ମିଶାଇ, ଏକ ମିଶ୍ରଣ ପ୍ରସ୍ତୁତ କରି, ସେହି ମିଶ୍ରଣକୁ ଆଖିତଳେ ଲଗାଇବା ଦ୍ବାରା,ଏହି ସମସ୍ୟା ଦୂର ହୋଇଥାଏ । କିନ୍ତୁ ମନେ ରଖିବେ ଏହା ଆଖି ଭିତରକୁ ଯେପରି ନଯାଏ ।
-ଆଖିତଳ କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ୍ ତେଲ ମଧ୍ୟ ବେଶ ଉପକାରୀ ।