ଅର୍ଗସ୍ ବ୍ୟୁରୋ : ସାଧାରଣତଃ ତେଲିଆ ତ୍ୱଚାରେ ବ୍ରଣ ସମସ୍ୟା ଅଧିକ ଦେଖା ଦେଇଥାଏ । ବିଉଟିସିଆନଙ୍କ ମତ ଅନୁଯାୟୀ , ତ୍ୱଚାକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିଲେ ବ୍ରଣ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ବ୍ରଣ ସମସ୍ୟା ଦୂର କରିବାର ସହଜ ଉପାୟ ସମ୍ପର୍କରେ ।
-ଦିନକୁ ଅତିକମରେ ୩ ରୁ ୪ ଥର ଥଣ୍ଡା ପାଣିରେ ତ୍ୱଚାକୁ ଧୋଇବା ଆବଶ୍ୟକ । ଏପରି କରିବା ଦ୍ୱାରା ବ୍ରଣ ସମସ୍ୟା କମ୍ ହୋଇଥାଏ
-ଯେକୌଣସି ପ୍ୟାକ୍ ବ୍ୟବହାର କରୁଥିଲେ, ସେଥିରେ ମହୁ ମିଶାଇ ବ୍ୟବହାର କରିବା ବହୁତ୍ ଲାଭଦାୟକ୍ । କାହିଁକି ନାଁ, ମହୁରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ତତ୍ୱ ବ୍ରଣ ସମସ୍ୟାକୁ ଦୂର କରିଥାଏ ।
-ଗ୍ରୀନ୍ ଟି ବ୍ୟାଗକୁ ପାଣିରେ ଭଲଭାବେ ଫୁଟାଇ, ସେହି ପାଣିକୁ ଥଣ୍ଡା କରିବେ । ସେହି ପାଣିକୁ ତୁଳା ସାହାଯ୍ୟରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇବେ ।
-ପ୍ରତିଦିନ ଦିନରେ ୨ ଥର ବରଫ ଖଣ୍ଡକୁ ନେଇ ବ୍ରଣ ଉଠିଥିବା ସ୍ଥାନରେ ମାଲିସ୍ କରିବା ଦ୍ୱାରା ,ଏହା ବହୁତ୍ ଉପକାରୀ ହୋଇଥାଏ ।
-ଗାଧୋଇବା ପୂର୍ବରୁ ପ୍ରତିଦିନ ଘି-କୁଆଁରୀ ରସକୁ ନେଇ ତ୍ୱଚାରେ ଲଗାଇବା ଦ୍ୱାରା, ବ୍ରଣ ସମସ୍ୟା ଦୂର ହେବା ସହିତ,ସନ୍ ଟ୍ୟାନ୍ ମଧ୍ୟ ଦୂର ହୋଇଥାଏ ।